www.samajalive.in
Monday, December 15, 2025
14.1 C
Bhubaneswar

ଅତାବିରା ଭଗବାନ କଲୋନୀରେ କୃଷ୍ଣଙ୍କ ଲୀଳାଖେଳା

ରେଙ୍ଗାଲିକ୍ୟାମ୍ପ : ପାଳିତ ହୋଇଛି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମ ଦିନକୁ ଅତି ହର୍ଷ ଉଲ୍ଲାସରେ ଅତାବିରା ଶାସ୍ତ୍ରୀନଗର ସ୍ଥିତ ଭଗବାନ କଲୋନୀରେ ମଧ୍ୟ ଅତି ହର୍ଷ ଉଲ୍ଲାସରେ ପ୍ରତି ବର୍ଷ ଭଳି ପାଳିତ ହୋଇଛି ଜନ୍ମାଷ୍ଟମୀ । ଏହି ଜନ୍ମାଷ୍ଟମୀ ଅବସରରେ କଲୋନୀର କୁନି କୁନି ପିଲାମାନେ ଶ୍ରୀକୃଷ୍ଣ , ରାଧା ,ବଳରାମ , ଗୋପାଳ ପୁଅ ଆଦି ବେଶରେ ସଜ୍ଜିତ ହୋଇ ଅତି ଆନନ୍ଦର ସହିତ ଏହି ପର୍ବକୁ ପାଳନ କରିଥିଲେ। କଲୋନୀରେ ଚାରିଆଡ଼େ ଆମ୍ବତୋରଣ ଓ ରଙ୍ଗୀନ କାଗଜରେ ସୁସଜ୍ଜିତ କରାଯାଇଥିଲା।
ଏହି ଦିନ ପାଇଁ ପିଲାଙ୍କ ମନରେ ଅନେକ ଦିନରୁ ଉତ୍ସାହ ଭରି ରହିଥାଏ । ଗୋଟିଏ ସପ୍ତାହ ପୂର୍ବରୁ ସେମାନେ ଏହି ବେଶ ପୋଷାକ ,ଅଳଙ୍କାର ଯୋଗାଡ କରିବାରେ ଲାଗି ଯାଇଥାନ୍ତି । ଜନ୍ମାଷ୍ଟମୀ ଦିନ ସକାଳୁ ଆରମ୍ଭ ହୁଏ ପିଲାଙ୍କର ଶ୍ରୀକୃଷ୍ଣ ଲୀଳା । ଗୋପାଳ ପୁଅଙ୍କ ସହ ଶ୍ରୀକୃଷ୍ଣ ଖେଳିବା , ନାଚିବା ଆଦି ଲୀଳା ଅତି ମନୋମୁଗ୍ଧକର ହୋଇଥାଏ । ସତେ ଯେମିତି ଏହି କଲୋନୀଟି ପାଲଟି ଯାଏ ଗୋପପୁର । ସନ୍ଧ୍ୟା ସମୟରେ ଶ୍ରୀକୃଷ୍ଣ ଓ ଗୋପାଳ ପୁଅଙ୍କ ଦ୍ଵାରା ଦହି ହାଣ୍ଡି ଭାଙ୍ଗିବା ଦୃଶ୍ୟ ଅତୀବ ମନୋରମ ହେବା ସହ ପରିବେଶ ମଧ୍ୟ ଏହି ଅନୁରୂପ ହୋଇ ଉଠେ । ଗୋପାଳ ପୁଅଙ୍କ କାନ୍ଧରେ ଚଢ଼ି ଶ୍ରୀ କୃଷ୍ଣ ଦହି ହାଣ୍ଡି ଭାଙ୍ଗିଥାନ୍ତି ଓ ସମସ୍ତେ ମିଶି ଦହି ଖାଇଥାନ୍ତି । ଏହି ଜନ୍ମାଷ୍ଟମୀରେ ତେଜସ୍ମାନ ମେହେର ଓ ଶ୍ରେୟାନ୍ସ ସାହୁ,ନମେଶ ରଣା,ସମ୍ବିତ ସାହୁ,ଅଭିଜିତ ହୋତା କୃଷ୍ଣ ବେଶରେ ଓ ପଲକ କୁଲୁଶ୍ରି ରାଧା ବେଶରେ ସୁସଜ୍ଜିତ ହୋଇଥିଲେ । ପରେ ସନ୍ଧ୍ୟା ସମୟରେ ଉପବାସ କରିଥିବା ମହିଳା ମାନଙ୍କର ଜନ୍ମାଷ୍ଟମୀ ବ୍ରତ ପୂଜା ଆରମ୍ଭ ହୋଇଥିଲା। ବ୍ରାହ୍ମଣଙ୍କ ଦ୍ଵାରା ଜନ୍ମାଷ୍ଟମୀ କଥା ପାଠ କରାଯାଇଥିଲା । ଏହାପରେ ଶ୍ରୀ କୃଷ୍ଣଙ୍କ ପାଇଁ ସଜ୍ଜିତ ହୋଇଥିବା ଦୋଳିରେ କୃଷ୍ଣଙ୍କୁ ଝୁଲାଇ ସମସ୍ତେ ମିଶି ଦୋଳି ଝୁଲା ଗୀତ ଗାଇ ଅତି ଭକ୍ତି ସହକାରେ ପୂଜାର୍ଚ୍ଚନା କରି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ପୂଜା ପରେ କଲୋନୀରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories