www.samajalive.in
Monday, December 15, 2025
15.1 C
Bhubaneswar

ଜନ୍ମାଷ୍ଟମୀରେ ଦୁର୍ଗାପୂଜା ଲାଗି ମାଟି ଅନୁକୁଳ

ଆଠଗଡ : ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଠଗଡ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ଦେବୀଙ୍କ ପ୍ରତିମା ଲାଗି ମାଟି ଅନୁକୁଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାସରସିକପୁର ଦୁର୍ଗାପୂଜା କମିଟି ପକ୍ଷରୁ ଏକ ଭବ୍ୟ ଶୋଭାଯାତ୍ରା ସାହି ପରିକ୍ରମା କରି ଶାସନ ପୋଖରୀ ନିକଟରେ ପହଞ୍ଚିବା ପରେ ସେଠାରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୁଳ କରାଯାଇଥିଲା। ପୂଜକ କାଳିପ୍ରସାଦ ମିଶ୍ର ଓ ସୁବାସ ଚନ୍ଦ୍ର ଆଚାର୍ଯ୍ୟ ଏବଂ ପୂଜାର କର୍ତ୍ତା ଭାବେ ଧର୍ମାନନ୍ଦ ସାହୁ ପୂଜାକର୍ମ କରି ମାଟି ଅନୁକୁଳ କରିଥିଲେ। ସାହିକମିଟିର ସଭାପତି ମିହିର କୁମାର ତ୍ରିପାଠୀ, ସଂପାଦକ ଲକ୍ଷ୍ମୀଧର ସ୍ୱାଇଁ, ପୂଜା କମିଟି ସଂପାଦକ ଦିଲ୍ଲୀପ କୁମାର ବାରିକ, ସୁଶିଲ କୁମାର ମହାରଣା, ଶିବ ଶଙ୍କର ଜେନା, ମନୋରଞ୍ଜନ ମିଶ୍ର, ଦ୍ୱିତୀକୃଷ୍ଣ ପାଲ, ଅଜୟ କୁମାର ସାହୁ ଓ ପ୍ରଦୀପ କୁମାର ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ସେହିପରି ଆଠଗଡ ଦୁର୍ଗାବଜାର, କନ୍ତୋଲ ଦୁର୍ଗାବଜାର ଓ ହାଟ ବଜାର ଏବଂ ଚାନ୍ଦବାଲିଛକ ବଜାର କମିଟି ପକ୍ଷରୁ ମଧ୍ୟ ଅନୁରୁପ ଭାବେ ମାଟି ଅନୁକୁଳ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories