ଗୁରୁଡିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାର କଖଡି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ ଲଗାଣ ବର୍ଷା ଯୋଗୁଁ ୨ଫୁଟର ବର୍ଷାଜଳ ଜମି ରହିଛି। ବର୍ଷା ଜଳ ଭରିରହିଥିବା ବେଳେ ରାସ୍ତାରେ ଗାତ ମଧ୍ୟ ରହିଛି। ରାସ୍ତାରେ ଯାତାୟାତ କରୁଥିବା ଗାଡିଚାଳକମାନେ ବର୍ଷାଜଳରେ ଭରି ରହିଥିବା ଗାତକୁ ଦେଖିନପାରି ଦୁର୍ଘଟଣାର ଶିକାର ହେଉଛନ୍ତି। ଖାଲି ସେତିକି ନୁହେଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଧ୍ୟ ୨ଫୁଟର ପାଣି ଜମି ରହିଛି। ବିଦ୍ୟାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ୮ଦିନ ଧରି ବର୍ଷା ପାଣି ଜମି ରହିଥିବାରୁ ବିଦ୍ୟାର୍ଥୀମାନେ ଥଣ୍ଡାଜ୍ୱରରେ ଆକ୍ରାନ୍ତ ହେଲେଣି। ଡ୍ରେନେଜ ବ୍ୟବସ୍ଥା ନଥିବା ବେଳେ ସରକାରୀ ଜମିକୁ ଜବରଦଖର କରିରଖିଥିବାରୁ ଜଳନିସ୍କାସନ ସଠିକ ଭାବରେ ହୋଇପାରୁନାହିଁ। ଫଳରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।
ରାସ୍ତା ଉପରେ ଭରି ରହିଥିବା ବର୍ଷାଜଳ ରେ ଗାତଗୁଡିକ ଦେଖାଯାଉନଥିବାରୁ ଗାଡିଚାଳକ ପଡି ଆହତ ହେବା ଓ ବିଦ୍ୟାର୍ଥୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରଣେନ୍ଦ୍ରସେନା ପକ୍ଷରୁ ମଟର ଲଗାଇ ଜଳନିସ୍କାସନ କରାଯାଉଛି। କଖଡି ରଣେନ୍ଦ୍ର୍ରସେନା ମୁଖ୍ୟ ପଦାରବିନ୍ଦ ସାହୁ, ନୃସିଂହ ଚରଣ ବେହେରା, ସନ୍ତୋଷ ରାଉତ, ପ୍ରଫୁଲ ଚନ୍ଦ୍ର ସାହୁ, ବିଜୟ ରାଉତ, ନରେନ୍ଦ୍ର ସାହୁ, ସନ୍ତୋଷ ବେଉରା ପ୍ରମୁଖ ମଟର ଲଗାଇ ଜଳନିସ୍କାସନ କାର୍ଯ୍ୟ କରାଉଛନ୍ତି।ପ୍ରକାଶଯୋଗ୍ୟ ଗତ ସୋମବାରଦିନ ବିଦ୍ୟାଳୟ ପରିସରରେ ବର୍ଷାଜଳ ଜମି ରହିଥିବା ଓ ବିଦ୍ୟାର୍ଥୀମାନେ ଅସୁବିଧାର ସମ୍ମୁଖିନ ହୋଇଥିବା ସଂପର୍କରେ ସମାଜରେ ଖବର ପ୍ରକାଶ ପାଇଥିଲା।



