www.samajalive.in
Sunday, December 14, 2025
23.1 C
Bhubaneswar

ସ୍ବଦେଶ ଫେରିବାକୁ ଆକୁଳ ନିବେଦନ କଲେ କମ୍ବୋଡ଼ିଆରେ ଫସିଥିବା ଓଡ଼ିଆ ଯୁବକ

ଗୋପାଳପୁର: ଦାଦନ ଖଟିବାକୁ ଯାଇ ବିଦେଶରେ ଫସିରହିବା ଘଟଣା ଗଞ୍ଜାମ ଜିଲାରେ କ୍ରମଶଃ ବଢ଼ିବାରେ ଲାଗିଥିବା ବେଳେ ଏବେ ଆଉ ଏକ ଘଟଣା ଲୋକ ଲୋଚନକୁ ଆସିଛି। ସେଠାରେ ଥିବା ଜନୈକ ଏଜେଣ୍ଟ ୨୫ ଶହ ଡଲାର ଆର୍ଥାତ ଦେଢ଼ ଲକ୍ଷ ଟଙ୍କା ଦେଲେ ଯୁବକଙ୍କୁ ଘରକୁ ଫେରିବାକୁ ଦେବେ ବୋଲି କହୁଥିବା ଜଣାପଡିଛି।

ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଶ୍ବନାଥପୁରର ଦିନବନ୍ଧୁ ସାହୁ ଏବେ ଗତ ଏକ ମାସ ହେଲା ଅଖିଆ ଅପିଆ ବନ୍ଦୀ ଭାବେ କମ୍ବୋଡିଆର ଏକ ହୋଟେଲରେ ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି। ଦିନବନ୍ଧୁଙ୍କୁ ଭିଏତନାମାରେ କମ୍ପ୍ୟୁଟର ଅପରଟେର ଭାବେ ନିଯୁକ୍ତି ଦେବା ନିମନ୍ତେ ଗୁଜରାଟର ଏକ କମ୍ପାନୀ ୟୁନିକ ଏମ୍ପ୍ଲଏମେଣ୍ଟ ସର୍ଭିସ୍ ସହ ଯୋଗାଯୋଗରେ ଆସିଥିଲେ। ସେଠାକାର ଏଜେଣ୍ଟ ବିନୋଦ ପାଠକ ଭିଏତନାମର ଡେଲଟା କମ୍ପାନୀରେ କମ୍ପ୍ୟୁଟର ଅପରେଟର ଭାବେ ମାସିକ ୯୦୦ ଡଲାରରେ କାମ କରାଇ ଦେବା ପାଇଁ ଦିନବନ୍ଧୁଙ୍କଠାରୁ ୧ଲକ୍ଷ ୫୦ହଜାର ଟଙ୍କା ଓ ଭିସା, ପାସପୋର୍ଟ ନେଇ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଫ୍ଲାଇଟ ଯୋଗେ ତାଙ୍କୁ ଗତ ଜୁଲାଇ ୨୫ ତାରିଖରେ ପ୍ରଥମେ ଭିଏତନାମ ପଠା ଯାଇଥିଲା। ପରେ ସେଠାରୁ କମ୍ବୋଡିଆ ନେଇ ସେଠାରେ ଏକ କମ୍ପାନୀରେ କାମ ଦେଇଥିଲା। ସେଠାରେ ଉକ୍ତ କମ୍ପାନୀ ଦୀନବନ୍ଧୁଙ୍କୁ ବିଭିନ୍ନ ସିମ୍ ଠକେଇ, କଲ୍ କରି ଓଟିପି ନେଇ ଠକେଇ ଭଳି କାର୍ଯ୍ୟରେ କିଛି ଦିନ ନିୟୋଜିତ କରିବା ପରେ ସେ ଏହିଭଳି କାର୍ଯ୍ୟ କରିବାକୁ ମନା କରିଦେଇଥିଲେ ଏବଂ ସେ ଭାରତ ଫେରିଯିବେ ବୋଲି କହିବା ପରେ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଏକ କୋଠରୀରେ ବନ୍ଦୀ କରି ରଖିଥିବା ଦିନବନ୍ଧୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି।

- Advertisement -

ଏହାସହ ସେ ପ୍ରକାଶ କରିଛନ୍ତି ଯେ, ସେଠାକାର କମ୍ପାନୀର ଏଜେଣ୍ଟଙ୍କୁ ୨୫ଶହ ଡଲାର ଦେଲେ ହିଁ ସେ ତାଙ୍କୁ ଭାରତ ପଠେଇବେ ବୋଲି କହୁଥିବା ଦିନବନ୍ଧୁ ଅଭିଯୋଗ କରିଛନ୍ତି। ତାଙ୍କ ପାଖରେ କୌଣସି ଅର୍ଥ ନଥିବା ବେଳେ କମ୍ପାନୀ ତାଙ୍କୁ ଖାଇବା ଦେବା ବନ୍ଦ କରି ଦେବା ସହ ସେଠାକାର ଏକ ହୋଟେଲରେ ବନ୍ଦୀ ଭାବେ ରଖିଥିବା କହିଛନ୍ତି। ତାଙ୍କୁ ଶୀଘ୍ର ସେଠାରୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟ ପଟେ ଦିନବନ୍ଧୁଙ୍କ ପରିବାର ତାଙ୍କୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଧାର କରଜ କରି ଭିଏତନାମ ପଠାଇଥିବା ବେଳେ ଏବେ ଦିନବନ୍ଧୁ ସେଠାରେ ବନ୍ଦୀ ଭାବେ ରହିଥିବାରୁ ପରିବାର ବର୍ଗଙ୍କ ମନରେ ଭୟ ରହିଥିବା ସହ ଶୀଘ୍ର ସରକାରଙ୍କ ପକ୍ଷରୁ ଦିନବନ୍ଧୁଙ୍କ ଘରକୁ ଫେରାଇ ଆଣିବାକୁ ତାଙ୍କ ବାପା ଲଡୁ କିଶୋର ସାହୁ ନିବେଦନ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories