ଜାଣିଛନ୍ତି ଆର୍‌ବିଆଇର ଗଭର୍ଣ୍ଣର ଓଡିଆ- ଡେପୁଟି ଗଭର୍ଣ୍ଣର ବି ଓଡିଆ

ଭୁବନେଶ୍ୱର – ଆର୍‌ବିଆଇର ଗଭର୍ଣ୍ଣର ହେଉଛନ୍ତି ଶକ୍ତିକାନ୍ତ ଦାସ । ସେ ଭୁବନେଶ୍ୱରରେ ଜନ୍ମ ହୋଇଥିଲେ । ଡିଏମ୍‌ ସ୍କୁଲ୍‌ ସହ ଉତ୍କଳ ବିଶ୍ୱବିଦ୍ୟାଳରେ ପାଠ ପଢିଥିଲେ । ପରେ ସେ ଆଇଏଏସ୍‌ ଅଧିକାରୀ ଭାବେ ତାମିଲନାଡୁ କ୍ୟାଡରରେ ଯୋଗ ଦେଇଥିଲେ । ବିଭିନ୍ନ ଉଚ୍ଚ ପଦପଦବୀରେ ସଫଳ ଭାବେ କାର୍ଯ୍ୟକରିବା ପରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା ।

prayash

ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ହେଉଛନ୍ତି ଓଡ଼ିଆ । କଟକରେ ଜନ୍ମିତ ମାଇକେଲ୍‌ ଦେବବ୍ରତ ପାତ୍ର ଏବେ ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ଅଛନ୍ତି । ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ । ଏହାପରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ସ୍ନାତ୍ତକୋତ୍ତର କରିଥିଲେ । ଆଇଆଇଟି ବମ୍ବେରୁ ଅର୍ଥନୀତିରେ ପିଏଚ୍‌ଡି କରିଥିଲେ । ୧୯୮୫ ମସିହାରେ ସେ ଆର୍‌ବିଆଇରେ ଯୋଗ ଦେଇଥିଲେ । ୨୦୦୮ ମସିହାରେ ଆଇଏମ୍‌ଏଫ୍‌ ପାଇଁ କାର୍ଯ୍ୟ କରିଥିଲେ ।

୨୦୨୦ ମସିହାରେ ତାଙ୍କୁ ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି । ଶକ୍ତିକାନ୍ତ ଦାସଙ୍କ ସହ ସେ କାର୍ଯ୍ୟ କରୁଛନ୍ତି ।

Comments are closed.