www.samajalive.in
Sunday, December 14, 2025
19.1 C
Bhubaneswar

ଦେଶରେ ୮% ବେକାର

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ପ୍ରଥମେ କୋଭିଡ-୧୯ ଓ ତା ପରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱକୁ ସଂକଟ ମୁହଁକୁ ନେଇଯାଇଛି। ଏଥିରେ ଦେଖା ଦେଇଥିବା ମାନ୍ଦାବସ୍ଥା ସାରା ବିଶ୍ୱରେ ବେକାରୀ ସମସ୍ୟାକୁ ଉତ୍କଟ କରିଛି। ଆର୍ଥିକ ସଂକଟ ଯୋଗୁ ବଡ଼ ବଡ଼ କମ୍ପାନୀମାନେ ବହୁ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଏହି ପରିସ୍ଥିତି ଷ୍ଟାର୍ଟଅପ କମ୍ପାନୀମାନଙ୍କୁ ମଧ୍ୟ ପ୍ରଭାବିତ କରିଛି। ସେମାନଙ୍କୁ ମଧ୍ୟ କର୍ମଚାରୀଙ୍କ ସଂଖ୍ୟ ହ୍ରାସ ସହ ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ପଡୁଛି। ଏଥିରେ ଆଇଟି ସେକ୍ଟରରେ କାର୍ଯ୍ୟରତ କର୍ମଚାରୀ ଅଧିକ ପ୍ରଭାବିତ ହୋଇଛନ୍ତି। ଅନେକ କର୍ମଚାରୀଙ୍କୁ ଚାକିରି ହରେଇବାକୁ ପଡିଛି। ଏଣୁ ଭାରତ ସମେତ ସାରା ବିଶ୍ୱରେ ଏବେ ବେକାରୀ ବଢିଛି। ଏହାକୁ ନେଇ ‘ୱାର୍ଲଡ ଅଫ ଷ୍ଟାଟିଷ୍ଟିକ୍ସ’ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଅନୁସାରେ ବିଶ୍ୱରେ ସବୁଠୁ ଅଧିକ ବେକାରୀ ଏବେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳୁଛି। ଦକ୍ଷିଣ ଆଫ୍ରିକାରେ ୩୨.୬ ପ୍ରତିଶତ ଲୋକେ ବେକାର ଅଛନ୍ତି। ଏହି ସୂଚୀର ଦ୍ୱିତୀୟ ସ୍ଥାନରେ ରହିଛି ଇରାକ୍। ଏଠାରେ ୧୫.୫୫ ପ୍ରତିଶତ ଲୋକେ ଏବେ ବେକାର ହୋଇଯାଇଛନ୍ତି। ତାଲିକାର ତୃତୀୟ ସ୍ଥାନରେ ବୋସନିୟା ଥିବା ବେଳେ ପଛକୁ ହର୍ଜଗୋଭିନା ଓ ଆଫଗାନିସ୍ତାନ ରହିଛି। ଏହି ସବୁ ଦେଶରେ ବେକାରୀ ୧୩.୩ ପ୍ରତିଶତ। ଗୁରୁତର ଆର୍ଥିକ ସଂକଟଗ୍ରସ୍ତ ପାକିସ୍ତାନରେ ବେକାରୀ ହାର ସବୁଠୁ କମ୍।

ଏଠାରେ ବେକାରୀ ମାତ୍ର ୬.୩ ପ୍ରତିଶତ, ଏହି ଅନୁସାରେ ଦେଖିବାକୁ ଗଲେ ଭାରତରେ ବେକାରୀ ହାର ପ୍ରାୟ ୮ ପ୍ରତିଶତ। ପାକିସ୍ତାନ ତୁଳନାରେ ଭାରତର ଜନସଂଖ୍ୟା ୭ ରୁ ୮ ଗୁଣା ଅଧିକ। ତେବେ ପାକିସ୍ତାନର ବେକାରୀ ହାର ସମାନ ଜନସଂଖ୍ୟାର ସ୍ପେନ୍‌, ଇରାନ ଓ ୟୁକ୍ରେନ ସମେତ କେତେକ ଦେଶଠାରୁ ଯଥେଷ୍ଟ କମ୍‌। ଆମେରିକାରେ ବେକାରୀ ହାର ୩.୮ ପ୍ରତିଶତ। ଅଷ୍ଟ୍ରେଲିଆର ବେକାରୀ ହାର ୩.୭ ପ୍ରତିଶତ ହୋଇଥିବା ବେଳେ ଚୀନ୍‌ର ବେକାରୀ ହାର ଦୁଇ ଦେଶଙ୍କ ଠାରୁ ଅଧିକ। ଚୀନ୍‌ରେ ଏବେ ମୋଟ ବେକାରୀ ହାର ୫.୩ ପ୍ରତିଶତ। ସାଉଦୀ ଆରବର ବେକାରୀ ହାର ୫.୧ ପ୍ରତିଶତ। ତେବେ ରିପୋର୍ଟ ଅନୁସାରେ ସବୁଠୁ କମ୍‌ ବେକାରୀ କତାରରେ। ଏଠାରେ ବେକାରୀ ହାର ମାତ୍ର ୦.୧ ପ୍ରତିଶତ। ରିପୋର୍ଟ ଅନୁସାରେ ତୁର୍କିରେ ୯.୬ ପ୍ରତିଶତ ହୋଇଥିବା ବେଳେ ଶ୍ରୀଲଙ୍କାରେ ୯.୫୭ ପ୍ରତିଶତ,ଚିଲିରେ ୮.୭୭ ପ୍ରତିଶତ ହୋଇଥିବା ବେଳେ ବ୍ରାଜିଲରେ ୭.୯ ପ୍ରତିଶତ, ଇଟାଲୀରେ ୭.୬ ପ୍ରତିଶତ, ଫ୍ରାନ୍ସରେ ୭.୨ ପ୍ରତିଶତ, ଇଜିପ୍ଟରେ ୭ ପ୍ରତିଶତ, ଫିନଲ୍ୟାଣ୍ଡରେ ୬.୯ ପ୍ରତିଶତ ଓ ଆର୍ଜେଣ୍ଟିନାରେ ୬.୯ ପ୍ରତିଶତ ବେକାରୀ ରହିଛି।

- Advertisement -

ଅର୍ଥନୀତି ବ୍ୟବସ୍ଥାକୁ ଦୋହଲାଇ ଦେଇଥିଲା କୋଭିଡ୍‌ ମହାମାରୀ। କରୋନା କାଳରେ ତାଲାବନ୍ଦ ଯୋଗୁଁ ସର୍ବସ୍ୱାନ୍ତ ହୋଇଯାଇଥିଲେ ଲୋକେ। କିଏ ତାର ଜୀବିକା ହରାଇଥିଲା, ଆଉ କିଏ ଚାକିରି। ଦୁଇ ବର୍ଷ ଧରି ମହାମାରୀ ସତେ ଯେପରି ମଣିଷର ପେଟକୁ ମାରିଥିଲା ନାତ। ୨୦୨୦-୨୧ ବର୍ଷ ଓ ୨୦୨୧-୨୨ ବର୍ଷରେ ଯେତେବେଳେ ଲୋକ ଗରିବ ହୋଇଥିଲେ, ସେତେବେଳେ ରାଜନୈତିକ ଦଳ ହୋଇଛନ୍ତି ଧନୀ। ୨୦୨୦-୨୧ ବର୍ଷରେ ୮ ରାଜନୈତିକ ଦଳର ସମ୍ପତ୍ତି ୭୨୯୭.୬୧୮ କୋଟି ବଢି ୨୦୨୧-୨୨ ବର୍ଷରେ ୮୮୨୯.୧୫୮ କୋଟି ଟଙ୍କାରେ ପହଞ୍ଚି ଥିଲା। କେବଳ ଗୋଟିଏ ବର୍ଷରେ ପୂର୍ବ ସମ୍ପତ୍ତି ଅପେକ୍ଷା ୨୧ ଗୁଣା ବଢିଛି।

ନିର୍ବାଚନୀ ସଂସ୍କାରକୁ ନେଇ କାମ କରୁଥିବା ସଂସ୍ଥା ‘ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍’ ତଥ୍ୟ ଅନୁଯାୟୀ, ୨୦୨୦-୨୧ ଓ ୨୦୨୧-୨୨ ବର୍ଷରେ ୮ ରାଷ୍ଟ୍ରୀୟ ରାଜନୈତିକ ଦଳର ସମ୍ପତ୍ତି ନେଇ ସବିଶେଷ ରିପୋର୍ଟ ଦେଇଛି। ଏଡିଆର ରିପୋର୍ଟ ଅନୁସାରେ ୨୦୨୦-୨୧ରେ ବିଜେପିରେ ୪୯୯୦.୧୯୫ କୋଟି ସମ୍ପତ୍ତି ଥିବା ନେଇ ଘୋଷଣା କରିଥିଲା। ଯାହା ଏକ ବର୍ଷ ପରେ ୨୦୨୧-୨୨ରେ ସମ୍ପତ୍ତି ୨୧.୭ ପ୍ରତିଶତ ବଢିଯାଇ ୬୦୬୪.୮୧ କୋଟି ଟଙ୍କା ପହଞ୍ଚିଛି। କଂଗ୍ରେସ ୨୦୨୧-୨୧ ବର୍ଷ ୬୯୧.୧୧ କୋଟି ହୋଇଥିବା ବେଳେ ପରବର୍ତ୍ତୀ ବର୍ଷରେ ଏହା ୧୬.୫୮ ପ୍ରତିଶତ ବୃଦ୍ଧି ପାଇ ୮୦୫.୬୮ କୋଟି ଟଙ୍କାରେ ସମ୍ପତ୍ତି ରହିଛି। ବହୁଜନ ସମାଜବାଦ ପାର୍ଟି ଏକମାତ୍ର ରାଷ୍ଟ୍ରୀୟ ଦଳ, ଯାହାର ସମ୍ପତ୍ତି ତଳକୁ ଖସିଛି। ୨୦୨୦-୨୧ ବର୍ଷରେ ବିଏସ୍‌ପିର ସମ୍ପତ୍ତି ୭୩୨.୭୯ କୋଟି ଥିବା ବେଳେ ୨୦୨୧-୨୨ରେ ୬୯୦.୭୧ କୋଟିକୁ ଖସିଆସିଛି। ପଶ୍ଚିମବଙ୍ଗର ଟିଏମ୍‌ସିର ସମ୍ପତ୍ତିର ପରିମାଣ ୨୦୨୦-୨୧ରେ ୧୮୨.୦୦୧ କୋଟି ଥିବାବେଳେ ୨୦୨୧-୨୨ରେ ୧୫୧.୭୦ ପ୍ରତିଶତ ବଢି ୪୫୮.୧୦ରେ ପହଞ୍ଚିଛି।

ଗୋଟିଏ ପଟେ ଦେଶର ବେକାରୀ ବୃଦ୍ଧି ପାଇ ଚାଲିଥିବାବେଳେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ଆୟ ବଢି ଚାଲିଛି। କରୋନା ଭଳି ମହାମାରୀ ବେଳେ ଦେଶର ଅର୍ଥନୀତି ଏକପ୍ରକାର ଭୁଶୁଡ଼ି ପଡ଼ିଥିବାବେଳେ ରାଜନୈତିକ ଦଳଗୁଡ଼ିକ କିନ୍ତୁ ଫାଇଦାରେ ଥିଲେ। ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଇବା ଆର୍ଥିକ ପ୍ରଗତିରେ ବାଧା ଉପୁଜାଉଥିବା ଅର୍ଥନୀତିଜ୍ଞମାନେ ମତ ଦିଅନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories