ବାରିପଦା : ବିଲ ଭିତରକୁ ଏକ ଯାତ୍ରୀବାହୀ ବସ୍ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଏନ୍ଏଚ୍ -୧୮ର ରାଗଦା ଛକରେ ଭାରସାମ୍ୟ ହରାଇ ରାସ୍ତାରୁ ଏହି ବସ୍ଟି ଖସି ଯାଇଥିଲା। ବସ୍ଟି ଅମର୍ଦ୍ଦାରୁ ବାରିପଦା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩୦ ରୁ ଅଧିକ ଯାତ୍ରୀ ଥିଲେ। ଯାତ୍ରୀମାନେ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Popular Categories



