କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ଦେବଗିରୀ ମହାବିଦ୍ୟାଳୟର ୧୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ବି. ୱାରା ପ୍ରସାଦ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ସୁନୀଲ କୁମାର ଖରା, ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ କୁମାର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ପ୍ରଥମେ ମହାବିଦ୍ୟାଳୟ ମଧ୍ୟରେ ଥିବା ମହାତ୍ମା ଗାନ୍ଧୀ, ସହିଦ ଲକ୍ଷ୍ମଣ ନାଏକ ଓ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତି ମୁଖ୍ୟ ଅତିଥି ବିଡ଼ିଓ ଖରାଙ୍କ ଦ୍ଵାରା ଉନ୍ମୋଚନ କରିଥିଲେ। ସେହିପରି ସମ୍ନାନିୟ ଅତିଥି ଭାବେ ଯୁକ୍ତ ୩ ପରିଚାଳନା କମିଟିର ସଭାପତି ନିର୍ମଳା କଡ୍ର।କା, କ୍ରାନ୍ତିକାରୀ ଆଶ୍ରମର ବାବା ଭିସ୍ମା ନନ୍ଦ ଗିରି, ଥାନା ଅଧିକାରୀ ସୁମନ୍ତି ମହାନ୍ତି, ଏସ ଆଇ ସଞ୍ଜୟ କୁମାର ମୁର୍ମୁ, ଯୁକ୍ତ ଦୁଇ ମହାବିଦ୍ୟାଳୟ କମିଟି ସମ୍ପାଦକ ମାଉଡି ବାରିକ, ଯୁକ୍ତ ତିନି ପରିଚାଳନା କମିଟିର ସମ୍ପାଦକ ଏଙ୍କେଟେଶ୍ଵର ପାଢ଼ୀ ଓ ମହାବିଦ୍ୟାଳୟ ଅଧିକ୍ଷକ ଯୋଗେଶ୍ଵର ଗରଡ଼ା ମଞ୍ଚାସିନ ହୋଇଥିଲେ।
Popular Categories



