www.samajalive.in
Monday, December 15, 2025
27.1 C
Bhubaneswar

ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଯାପିତ 

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସୁଗୁଡବାଡି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲାସ୍ତରୀୟ କ୍ରିଡା ପ୍ରତିଯୋଗୀତା-୨୦୨୩  ସୋମବାର ଉଦଯାପିତ ହୋଇଯାଇଅଛି । ଜିଲ୍ଲାର ବିଭିନ୍ନ ବ୍ଲକର ବିଦ୍ୟାଳୟ ମାନଙ୍କରୁ ୧୭ବର୍ଷରୁ କମ ବର୍ଗର ଛାତ୍ରୀ ଏବଂ ଛାତ୍ର ମାନେ  ଭଲିବଲ, ବିଚ୍ ଭଲିବଲ, ହକି ଏବଂ ବାସ୍କେଟ ବଲ ଖେଳରେ ଭାଗ ନେଇ ଥିଲେ। ବିଭିନ୍ନ ବର୍ଗରୁ ଶ୍ରେଷ୍ଠ ଖେଳାଳିଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇକିଆ ବ୍ଲକ ଶିକ୍ଷାଧିକାରୀ ହାଡିବନ୍ଧୁ ବେହେରା,ସମ୍ମାନିତ ଅତିଥି ଭାବେ ସୁଗୁଡବାଡି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନ, ସୁଗୁଡବାଡି ସରପଞ୍ଚ ସୁରଞ୍ଜନ ପ୍ରଧାନ, ଅମିତ କୁମାର ମଲ୍ଲିକ, ରାଇକିଆ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ରାଇକିଆ ବିଦ୍ୟାଳୟ କ୍ରିଡା ସଂଘ ଉପସଭାପତି ସୀମାଦ୍ରି କହଁର, କନ୍ଧମାଳ ଜିଲ୍ଲା ସ୍କୁଲ ସମୂହ କ୍ରିଡା ନିରୀକ୍ଷକ ତଥା ସଂପାଦକ ରଙ୍କନିଧି ବେହେରା ଯୋଗଦେଇଥିଲେ। କ୍ରୀଡା ଶିକ୍ଷକ ରଶ୍ମି ରଞ୍ଜନ ତ୍ରିପାଠୀ, ସଂଜୀବ କୁମାର ବେହେରା, ଗୌର ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ କୁମାର ବେହେରା, ବିଭୁତିଭୂଷଣ ବେହେରା, କିଶୋର ଚନ୍ଦ୍ର ମଲ୍ଲିକ, ରାକେଶ ବିଶୋଇ, ଓମ ନାରାୟଣ ମିଶ୍ର , ପ୍ରିୟବ୍ରତ ତ୍ରିପାଠୀ , ସୁଧାଂଶୁ ବେହେରା, ପ୍ରଦୀପ ସାହୁ ଏବଂ ଧୀରେଶ ପାଣିଗ୍ରାହୀ ଖେଳ ପରିଚାଳନା କରିଥିଲେ। କ୍ରୀଡାଶିକ୍ଷକ ଶୈଳେନ୍ଦ୍ର ଦିଗାଳ,  କ୍ରୀଡା ଶିକ୍ଷୟତ୍ରୀ ରେଣୁବାଳା ପ୍ରଧାନ, ସେବତୀ ପ୍ରଧାନ, ଶ୍ରୀଛନ୍ଦା ପ୍ରଧାନ, ସବିତା ପ୍ରଧାନ, ବିଜୟା କୁମାରୀ କାନ୍ଦୁଲୁନା, ସ୍ମିତା ଭୋଇ ଏବଂ ଅନ୍ୟ କ୍ରିଡା ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ପରିଚାଳନା କରିଥିଲେ ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories