www.samajalive.in
Monday, December 15, 2025
26.1 C
Bhubaneswar

ଡ୍ରେନ ଉଛୁଳା ଜଳରେ ଭାସୁଛି ଗୋହିରୀଦ୍ଵାର ଛକ

ତିଗିରିଆ : ଲଘୁଚାପ ଜନିତ ତୁହାକୁ ତୁହା ବର୍ଷାରେ ତିଗିରିଆ ଗୋହିରୀଦ୍ଵାର ଛକ ତଥା ମହାବୀର ବଜାରରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ସୋମବାର ପ୍ରବଳ ବର୍ଷା ଯୋଗଁ  ଜନସାଧାରଣ ଓ ବ୍ୟବସାୟୀ  ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରବଳ ବର୍ଷା ଜଳ ଡ୍ରେନ ଉଛୁଳି ରାସ୍ତାରେ କୂତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ରାଜପଥ ୬୫ନଂ ଉପରେ ପାଣି ଜମି ରହିବା ଦ୍ଵାରା ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଦୋକାନ ଗୁଡିକରେ ବର୍ଷାଜଳ ପଶିଯିବା ଫଳରେ ଦୋକାନରେ ଥିବା ଜିନିଷ ସବୁ ଓଦା ହେବା ଯୋଗୁ ଦୋକାନୀମାନେ କ୍ଷତିଗ୍ରସ୍ତ ହେବା ସହିତ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଡ୍ରେନ ଉଛୁଳି ରାସ୍ତାରେ ପାଣି ଚାଲିବା ଦ୍ଵାରା ପ୍ରତିଦିନ ରାସ୍ତା କଡ଼ରେ ବସୁଥିବା ଗୁଜୁରି ହାଟର ବ୍ୟବସାୟୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ସେଇ ପାଣି ଉପରେ ବସି ବେପାର କରୁଥିବା ଦେଖିବାକୁ ମିଳିଛି। ଏହି ସମସ୍ୟା ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି।

- Advertisement -

ସୂଚନା ମୁତାବକ ଖୁଣ୍ଟଣୀ ନରସିଂହପୁର ରାଜ୍ୟ ରାଜପଥ ୬୫ ଅଂଶ ବିଶେଷ  ସଦର ମହକୁମା ଗୋହିରୀଦ୍ଵାର ଛକ ଠାରୁ ରାଜବାଟୀକୁ ସଂଯୋଗ କରୁଥିବା ଏହି ୧. ୫ କିମି ଦୀର୍ଘ ରାସ୍ତାର ନବୀକରଣ କାର୍ଯ୍ୟ ୧୭ ବର୍ଷ ତଳେ ୨୦୦୫ ଆର୍ଥିକ ବର୍ଷରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ କରାଯିବା ସହିତ ବର୍ଜ୍ୟଜଳ ନିଷ୍କାସନ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ୩ ଫୁଟ ଓସାର ବିଶିଷ୍ଟ କଂକ୍ରିଟ ଡ୍ରେନ ନିର୍ମାଣ କରାଯାଇଥିଲା। କିନ୍ତୁ ପ୍ରାୟ ଜାଗାରେ ଡ୍ରେନକୁ ଜବର ଦଖଲ କରାଯାଇ କଂକ୍ରିଟ ସ୍ଲାବ ପକାଯିବା ଦ୍ଵାରା ଡ୍ରେନରୁ ଅଳିଆ ଆବର୍ଜନା ସଫା ହୋଇ ପାରୁନାହିଁ। ନିକଟରେ ମୁକୁଳାଡ୍ରେନକୁ ପ୍ରଶାସନ ପକ୍ଷରୁ ଥାନା ଛକ ଠାରୁ ମହାବୀର ବଜାର ପର୍ଯ୍ୟନ୍ତ ଦୁଇ କଡରେ କଂକ୍ରିଟ ସ୍ଲାବ ପକାଯିବା ଦ୍ଵାରା ଡ୍ରେନ ଆଉ ଆବର୍ଜନା କଢ଼ାଯାଇ ପାରୁନାହିଁ। ଫଳରେ ଡ୍ରେନ ଭିତରେ ଅଳିଆ ଆବର୍ଜନା ଗଦା ହୋଇ ରହିବା ଦ୍ଵାରା ଡ୍ରେନରେ ପାଣି ଯାଇପାରୁ ନାହିଁ। ତା ସହିତ ସ୍ଥାୟୀ ଦୋକାନୀମାନେ ଦୋକାନ ଆଗରେ ସ୍ଲାବ ପକାଇ ଡ୍ରେନକୁ ସମ୍ପୂର୍ଣ୍ଣ ରୂପେ ଅବରୋଧ କରି ରଖିଛନ୍ତି ଯାହା ଦ୍ୱାରା କି ବର୍ଷା ସମୟରେ ଅତ୍ୟଧିକ ବର୍ଷାଜଳ ଆସିବା ଫଳରେ ଡ୍ରେନ ଉଛୁଳି ରାସ୍ତାରେ ପାଣି ଚାଲୁଛି ଓ କୂତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories