ଗୁରୁଡିଝାଟିଆ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଗୁରୁଡିଝାଟିଆ : ଗୁରୁଡିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନଙ୍କୁ ସରକାରଙ୍କ ପ୍ରଦତ୍ତ ପୋଷାକ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟ ପରିଚାଳାନା କମିଟି ସଭାପତି ଶିକ୍ଷାବିତ୍ ବିମ୍ବାଧର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସରପଞ୍ଚଙ୍କ ପ୍ରତିନିଧି ସନାତନ ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଦିପ୍ତୀମୟୀ ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ରମ୍ଭାବତୀ ସାହୁ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ବଳିୟାରସିଂ, ପ୍ରଣତି ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଶିକ୍ଷାକ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କୁ ଆଗକୁ ବଢିବା ଓ ଗଢିବା ନିମନ୍ତେ ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପ ସଂପର୍କରେ ଆଲୋକପାତ କରିବା ସହ ବିଦ୍ୟାର୍ଥୀଙ୍କୁ ଅଧିକ ଅନୁଷ୍ଠାନମୁଖି କରିବା ନିମନ୍ତେ ନୂତନ ପୋଷାକ, ଜୋତା ଓ ଟି ସାର୍ଟ ପ୍ରଦାନ କରିବା ପ୍ରଶଂସନୀୟ ବୋଲି କହିଥିଲେ। ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ୯୪ଜଣ ଛାତ୍ରୀଙ୍କୁ ନୂତନ ପୋଷାକ ବଣ୍ଟନ କରାଯାଇଥିଲା। ବରିଷ୍ଠ ଶିକ୍ଷୟିତ୍ରୀ ଇତିଶ୍ରୀ ସାହୁ, ସାଗରିକା ନାଥ, ଭକ୍ତିଲତା ବେହେରା, ଲିସାଲିନ ପଟ୍ଟନାୟକ, ହେନାରାଣୀ ଓଝା ଓ ସୁବ୍ରତ କୁମାର ସୋରେଙ୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚଳାନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହିଥିଲେ।

Comments are closed.