www.samajalive.in
Monday, December 15, 2025
14.1 C
Bhubaneswar

ବିଜେପି, କଂଗ୍ରେସର ମାଗଣା ଉପହାର ଲଢ଼େଇ

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପ୍ରଚାର ଜୋରଦାର ଚଳାଇଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଉଭୟ ଦଳ ବିଭିନ୍ନ ପ୍ରକାର ମାଗଣା ଉପହାର ଯୋଜନା ଘୋଷଣା କରିଚାଲିଛନ୍ତି। ଏପରିକି ମାଗଣା ଉପହାର ଯୋଜନା ଘୋଷଣା ପୂର୍ବକ କ୍ଷମତାରେ ରହିବା ଲାଗି ଉଭୟ ଦଳଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ‘ଲାଡଲି ବେହନା ଯୋଜନା’ ଘୋଷଣା କରିଛନ୍ତି। ଏହି ଯୋଜନାରେ ପ୍ରତି ମହିଳାଙ୍କୁ ମାସିକ ୧୨୫୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହା ସହିତ ପ୍ରତ୍ୟେକ ପରିବାରକୁ ୪୫୦ଟଙ୍କାରେ ଏଲପିଜି ଗ୍ୟାସ ସହିତ ବିଦ୍ୟୁତ୍ ବିଲ୍‌ରେ ରିଆତି ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଅନ୍ୟପଟେ ରାଜ୍ୟ କଂଗ୍ରେସ ସଭାପତି କମଲ ନାଥଙ୍କ ଘୋଷଣା ଅନୁଯାୟୀ ଦଳ କ୍ଷମତାକୁ ଆସିଲେ ପ୍ରତି ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ସହିତ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ। ଲାଡଲି ବେହନ ଯୋଜନାରେ ରାଜ୍ୟର ୧.୨୫ କୋଟି ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଯୋଗାଇ ଦିଆଯାଉଥିବାବେଳେ ସରକାର ଏହାକୁ ୧୨୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏପରିକି ଏହି ଅର୍ଥରାଶି ଆଗାମୀ ଦିନରେ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବା ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କଂଗ୍ରେସ ଓ ବିଜେପିର ଏତେସବୁ ମାଗଣା ପ୍ରତିଶ୍ରୁତିକୁ କିପରି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଅନ୍ୟପଟେ ମଧ୍ୟପ୍ରଦେଶ ଉପରେ ୩.୫ଲକ୍ଷ କୋଟି ଟଙ୍କାର ଋଣ ଭାର ରହିଛି। ଏହି ଋଣ ମଧ୍ୟରେ ସରକାର କିପରି ମାଗଣା ଯୋଜନା କାର୍ଯ୍ୟକାରୀ କରିବେ ତାହା ଚିନ୍ତାର ବିଷୟ। କେବଳ ମଧ୍ୟପ୍ରଦେଶ ନୁହେଁ ରାଜସ୍ଥାନ, ଛତିଶଗଡ ଓ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏଠାରେ ମଧ୍ୟ ମାଗଣା ଯୋଜନା ଘୋଷଣାର ପ୍ରତିଯୋଗିତା ଚାଲିଛି।
ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଘୋଷଣା କରୁଥିବା ମାଗଣା ଯୋଜନାକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଚିନ୍ତା ବ୍ୟକ୍ତ କରିଛନ୍ତି। ଏପରି ମାଗଣା ବ୍ୟବସ୍ଥା ଦେଶର ଅର୍ଥନୀତିକୁ ରସାତଳଗାମୀ କରିଦେଉଥିବା ନେଇ ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ସେହିପରି ଏହାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ମଧ୍ୟ ଦାୟର ହୋଇଥିଲା। ପିଟିସନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ ରାଜନୈତିକ ଦଳଗୁଡିକୁ ମାଗଣା ପ୍ରତିଶ୍ରୁତି ଘୋଷଣାରୁ ବିରତ ରହିବା ଲାଗି ସେ ନିର୍ଦେଶ ଦେଇପାରିବେ ନାହିଁ। ତେବେ ମାଗଣା ଘୋଷଣା ଦ୍ବାରା ଭୋଟରମାନେ ବେଶ ପ୍ରଭାବିତ ହୋଇ ଭୋଟ ଦେଉଥିବାରୁ ରାଜନୈତିକ ଦଳଗୁଡିକ ଏପରି ଘୋଷଣା କରିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ଅନ୍ୟଥା ସେମାନଙ୍କୁ କ୍ଷମତାରୁ ଦୂରେଇ ରହିବାକୁ ପଡୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories