www.samajalive.in
Sunday, December 14, 2025
23.1 C
Bhubaneswar

ସୋମବାର ରାଶିଫଳ (୦୪.୦୯.୨୦୨୩)

ମେଷ : ସୁକୁମାର ରୂପସମ୍ପନ୍ନ ହୋଇପାରନ୍ତି। ଅକ୍ଷୟ କୀର୍ତ୍ତି ସ୍ଥାପନ କରିବେ। ଜନସାଧାରଣଙ୍କର ଆଦରଣୀୟ ଓ ପ୍ରାଣାଧିକ ହେବେ। ସୁରମ୍ୟ ନେତ୍ରସମ୍ପନ୍ନ ହେବେ। ସଦାସମୃଦ୍ଧ ହେବାର ସୂଚନା ମିଳୁଛି।

ବୃଷ : ଅନ୍ତରଙ୍ଗ ଓ ଅତି ଆପଣାର ବ୍ୟକ୍ତିଙ୍କ ପ୍ରତି କଠୋର ହୃଦୟ ଶାଣିତ କାବ୍ୟ ପ୍ରୟୋଗ କରି ସେମାନଙ୍କୁ ଦୂରେଇ ଦେଇପାରନ୍ତି। ଅର୍ଥାଭାବର ସମ୍ମୁଖୀନ ହୋଇପାରନ୍ତି। ସ୍ବାସ୍ଥ୍ୟହାନି ଘଟିପାରେ। ସୁସ୍ଥ ରହିବେ।

ମିଥୁନ : ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିପାରନ୍ତି। ଧନଧାନ୍ୟ​‌େ​‌ର ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଜଣେ ମହାନ୍‌ ବ୍ୟକ୍ତିବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ରାଜତୁଲ୍ୟ ଉଚ୍ଚାସନ ମିଳିପାରେ।

କର୍କଟ : ଧୈର୍ଯ୍ୟଧରି କାର୍ଯ୍ୟ ସମ୍ପାଦନ କରିବେ। ଜଣେ ବିବେକୀ ବ୍ୟକ୍ତିଭାବେ ସଦାସର୍ବଦା ସନ୍ମାର୍ଗୀ ହେବେ। ସମସ୍ତ କଳୁଷର ଅବସାନ ଘଟିବ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ଧର୍ମାତ୍ମା ହେବେ।

ସିଂହ : ଜଣେ ଉତ୍ତମ ବକ୍ତା ହୋଇପାରନ୍ତି। ଭୋଗ ବିଳାସ କରିପାରନ୍ତି। ଶୌର୍ଯ୍ୟର ଅଧିକାରୀ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ଜ୍ଞାନଗରିମାଯୁକ୍ତ ହେବେ। ସପତ୍ନୀକ ଆନନ୍ଦ ଉପଭୋଗ କରିପାରନ୍ତି।

କନ୍ୟା : ଏପରି କାର୍ଯ୍ୟ ନ କରନ୍ତୁ; ଯେଉଁଥିରେ କି ଅର୍ଜନ କରିଥିବା ସମସ୍ତ ପୁଣ୍ୟ ନାଶ ହୋଇଯିବ। କୁମିତ୍ର ଅର୍ଜନ କଲେ ବିପଦଗ୍ରସ୍ତ ହୋଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‌ ହେବା ଆବଶ୍ୟକ। ସତର୍କରେ ଚଳିବେ।

ତୁଳା : ଶାସ୍ତ୍ରଜ୍ଞ ହୋଇପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଭାବବିହ୍ବଳ ହେବେ। ରାଜପୂଜାର ଅଧିକାରୀ ହେବେ। ମନୋଜ୍ଞ ହେବାର ସୂଚନା ମିଳୁଛି। ଅବିବାହିତମାନଙ୍କର ବିବାହ ସୁନ୍ଦରୀ କନ୍ୟା ସହ ହୋଇପାରେ।

ବିଛା : ସ୍ବାସ୍ଥ୍ୟହାନିର ସୂଚନା ମିଳୁଛି। ହୃଦୟ ଭିତରେ ଥିବା ଗୁଣ, ଗରିମାକୁ ପରିପ୍ରକାଶ ଘଟାଇବାରେ ବାଧା ଉପୁଜିପାରେ। ଚିନ୍ତାଧାରା ମହତ ହେଲେ ବି ତାହା କାର୍ଯ୍ୟକାରୀ ହେବାରେ ସମସ୍ୟା ରହିଛି।

ଧନୁ : ନିସର୍ଗ ସୁଖର ଅଧିକାରୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭୂତ୍ବ ବିସ୍ତାର କରିପାରନ୍ତି। ଜପ, ପ୍ରାର୍ଥନାଦିରେ ସଦାରତ ହୋଇପାରନ୍ତି। ଶାସ୍ତ୍ର ବିଚକ୍ଷଣ ହେବେ। ଚତୁର ଓ ସୁବକ୍ତା ହୋଇପାରନ୍ତି।

ମକର : ମଧୁର ବକ୍ତବ୍ୟ ପ୍ରଦାନ କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଉଚ୍ଚାସନରେ ଆସୀନ ହେବେ। ସରକାରଙ୍କ କୃପାପାତ୍ର ହେବେ। ଦେବ, ଗୁରୁ, ଦ୍ବିଜ ଭକ୍ତ ହୋଇପାରନ୍ତି। ଜନ ସମର୍ଥନ ପାଇ ଖୁସି ହେବେ।

କୁମ୍ଭ : ବିଳାସ, ବ୍ୟସନହୀନ ହୋଇପାରନ୍ତି। ଦୂରଦୃଷ୍ଟିସମ୍ପନ୍ନ ଓ କର୍ମତତ୍ପର ହେବେ। ଧର୍ମନୀତି, କୂଟନୀତି ଓ ରାଜନୀତିରେ ସ୍ପଷ୍ଟବାଦୀ ବ୍ୟକ୍ତିତ୍ବର ପରିଚୟ ସୃଷ୍ଟି କରିବେ। ସେବା କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ।

ମୀନ : ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି। ତେଜିୟାନ୍‌ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଧର୍ମ ଧାରଣାରେ ନିଜକୁ ହଜାଇ ଦେଇପାରନ୍ତି। ପୁତ୍ର ସୁଖରେ ସୁଖୀ ହେବେ। ଜନବଲ୍ଲଭଭାବେ ସାମାଜିକ ସ୍ତରରେ ପୂଜ୍ୟ ହେବେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories