www.samajalive.in
Monday, December 15, 2025
15.1 C
Bhubaneswar

ଉତ୍କଳ ଦିବସରେ ଚନ୍ଦ୍ରଭାଗାରେ ଶପଥ ନେବେ ଦଶ ହଜାରରୁ ଊର୍ଦ୍ଧ୍ବ ଯୁବକ

ଭୁବନେଶ୍ୱର/ଗୋପ : ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରେ ସାମାଜିକ ସଙ୍ଗଠନ ପ୍ରାଚୀ ଟ୍ରଷ୍ଟ ତରଫରୁ ଉତ୍କଳ ଦିବସରେ ବ୍ରାହ୍ମ ମୁହୂର୍ତ୍ତରେ ନୂଆ ଓଡିଶା ନିର୍ମାଣ ଅଭିଯାନର ଶୁଭାରମ୍ଭ କରାଯିବ। ଏହି ଦିନ ସୂର୍ଯେ୍ୟାଦୟ ପୂର୍ବରୁ ଚନ୍ଦ୍ରଭାଗା ବେଳାଭୂମିରେ ୧୦ ହଜାରରୁ ଅଧିକ ଓଡିଆ ଯୁବ ପୀଢି ଏକାଠି ହୋଇ ସୂର୍ଯ୍ୟ ଓ ସମୁଦ୍ରକୁ ସାକ୍ଷୀ ରଖି ଉତ୍କଳ ପ୍ରଦେଶ ଗଠନର ମହାନାୟକଙ୍କ ନାମରେ ଶପଥ ପାଠ କରି ନୂଆ ଓଡିଶା ନିର୍ମାଣ ଅଭିଯାନରେ ସାମିଲ ହେବା ନେଇ ଘୋଷଣା କରିବେ ବୋଲି ସଂଗଠନର ସମ୍ପାଦକ ତଥା କାର୍ଯ୍ୟକ୍ରମ ସଂଯୋଜକ ଲଳିତ କୁମାର ରଥ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ଅନନ୍ୟ କାର୍ଯ୍ୟକ୍ରମକୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ। ଉତ୍କଳ ଦିବସର ପୂର୍ବ ରାତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପୁରୀ, ମା’ ମଙ୍ଗଳା ମନ୍ଦିର କାକଟପୁର, ସାକ୍ଷୀଗୋପାଳ, କୋଣାର୍କର ଭଗବତୀ ମନ୍ଦିର ଆଦି ୪ଟି ସ୍ଥାନରୁ ହଜାର ହଜାର ସଂଖ୍ୟାରେ ଯୁବକ ଆଜ୍ଞାମାଳ ନେଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରିବେ। ସୂ‌େ‌ର୍ଯ୍ୟାଦୟ ପୂର୍ବରୁ ଚନ୍ଦ୍ରଭାଗାର ବେଳାଭୂମିରେ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହେବ। ଏହି ସୂର୍ଯ୍ୟପୂଜାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୋଧା ଭାବରେ ବସିବା ସହ ସହସ୍ରାଧିକ ଯୁବକଯୁବତୀଙ୍କ ସହ ସମ୍ମିଳିତ ଭାବେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିବେ। ସୂର୍ଯ୍ୟପୂଜା ପରେ କୋଣାର୍କର ଐତିହ୍ୟ ସହିତ ଜଡିତ ବିଶୁ ମହାରଣା ଓ ଧରମାର ଉତ୍ତର ଦାୟାଦ ଉପେନ୍ଦ୍ର ମହାରଣାଙ୍କ ଦ୍ୱାରା ନୂଆ ଓଡିଶା ନିର୍ମାଣ ଅଭିଯାନ ସଂକଳ୍ପ ପାଠ କରାଯିବ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସଭାପତି ଭାଗିରଥୀ ଖଟେଇ ଏବଂ ଟ୍ରଷ୍ଟି ଚନ୍ଦ୍ର ନାରାୟଣ ସାହୁ ଉପସ୍ଥିତ ଥିଲେ। ଏଥିରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟବକ୍ତା ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories