www.samajalive.in
Monday, December 15, 2025
17.1 C
Bhubaneswar

ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ – ବିଜେପି ନେତାଙ୍କ ପୁଅ ସହ ୧୦ ଗିରଫ

ରାୟପୁର: ଛତିଶଗଡର ରାୟପୁରରେ ଦୁଇ ଭଉଣୀଙ୍କୁ ଗଣବଳାତ୍କାର କରାଯିବା ଅଭିଯୋଗରେ ପୁଲିସ ଜଣେ ବରିଷ୍ଠ ବିଜେପି ନେତାଙ୍କ ପୁଅ ସହ ୧୦ଜଣଙ୍କୁ ଗିରଫ କରିଛି। ଗୁରୁବାର ରକ୍ଷାବନ୍ଧନ ଅବସରରେ ଦୁଇ ଭଉଣୀ ଭାଇଙ୍କ ସହିତ ମୋଟର ସାଇକଲରେ ଫେରୁଥିବାବେଳେ ତିନିଜଣ ଯୁବକ ସେମାନଙ୍କୁ ପିଛା କରିଥିଲେ। ଭାନସୋଜ ଅଞ୍ଚଳରେ ଯୁବକମାନେ ସେମାନଙ୍କୁ ଅଟକାଇବା ସହ ସେମାନଙ୍କଠାରୁ ମୋବାଇଲ ଫୋନ ଛଡାଇ ନେଇଥିଲେ। ଏହି ସମୟରେ ଅନ୍ୟ ଚାରିଜଣ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ଭାଇକୁ ମାଡ ମାରି ଦୁଇ ଭଉଣୀଙ୍କୁ ଗଣବଳାତ୍କାର କରିଥିଲେ। ଅଭିଯୁକ୍ତମାନେ ଫେରାର ହୋଇଯିବା ପରେ ଦୁଇ ପୀଡିତା ଥାନାରେ ଅଭିଯୋଗ କରିଥିଲେ। ଏସପି, ଡିଏସପି ଓ ୬ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ପୁଲିସ ଟିିମ୍ ବିଭିନ୍ନ ସ୍ଥାନରେ ଚଢଉ କରି ୧୦ଜଣଙ୍କୁ ଗିରଫ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ପୁନମ୍ ଠାକୁର ହେଉଛି ବିଜେପି ନେତା ଲକ୍ଷ୍ମୀ ନାରାୟଣ ସିଂହଙ୍କ ପୁଅ। ପୁନମ ନାମରେ ପୂର୍ବରୁ ବହୁ ମାମଲା ରହିଛି। ସେ ଚଳିତ ମାସରେ ଜେଲ୍‌ରୁ ଜାମିନରେ ମୁକୁଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories