www.samajalive.in
Wednesday, December 10, 2025
23.1 C
Bhubaneswar

ପାକିସ୍ତାନରେ ହାହାକାର – ପେଟ୍ରୋଲ ୩୦୦ ଟଙ୍କା ପାର

ଇସଲାମାବାଦ – ରାଜନୈତିକ ଅସ୍ଥିରତା ପରେ ଏବେ ପାକିସ୍ତାନରେ ଖାଦ୍ୟ ସଙ୍କଟ ଦେଖାଦେଇଛି । ପାକିସ୍ତାନରେ ଅଟା ପାଇଁ ଲୋକ ଡହଳ ବିକଳ ହେଉଛନ୍ତି । ଏହି ସମୟରେ ପାକିସ୍ତାନରୁ ଆଉ ଏକ ଖରାପ ଖବର ଆସିଛି । କ୍ଷମତା ପାଇଁ ବିଭିନ୍ନ ଦଳଙ୍କ ମଧ୍ୟରେ ଛକାପଞ୍ଝା ଲାଗିଥିବା ବେଳେ ମୁଦ୍ରାସ୍ଫିତି ବୃଦ୍ଧି ପାଇଛି ।

ଏବେ ପାକିସ୍ତାନରେ ଖାଇବା ଜିନିଷ ଦର ଆକାଶ ଛୁଆଁ ଲୋକ ଦେଶଛାଡି ଅନ୍ୟ ଦେଶକୁ ପଳାୟନ କରୁଛନ୍ତି । ପେଟ୍ରୋଲ ଦଲ ୩୦୦ ଟଙ୍କା ଛୁଇଁ ଲାଣି । ଅବସ୍ଥା ଏପରି ହେଲାଣି ପାକିସ୍ତାନରେ ଗୃହଯୁଦ୍ଧର ଆଶଙ୍କା ଦେଖା ଦେଲାଣି । ଏହା ସହ ପାକିସ୍ତାନରେ ଡିଜେଲ ଦର ଅତ୍ଯଧିକ ବୃଦ୍ଧି ପାଇଛି। ଏଥିପାଇଁ ପରିବହନ ବ୍ୟବସ୍ଥାରେ ଦର ବୃଦ୍ଧି ଘଟିଛି । ଡିଜେଲ ଦର ବୃଦ୍ଧି ପାଇବାରୁ ଏବେ ଖାଦ୍ୟ ପଦାର୍ଥ ଦର ବୃଦ୍ଧି ପାଇଛି । ଏବେ ପେଟ୍ରୋଲ ଲିଟର ପ୍ରତି ୩୦୫ ଟଙ୍କା ଥିବା ବେଳେ ଡିଜେଲ୍‌ ୩୧୧.୮୪ ପଇସା ରହିଛି ।

- Advertisement -

ଏବେ ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ଅତି ଖରାପସ୍ଥିତିରେ । ଅର୍ଥବ୍ୟବସ୍ଥା ଭୁଶୁଡି ପଡିଛି । ଡଲାର ତୁଳନାରେ ପାକିସ୍ତାନ ଟଙ୍କା ମୂଲ୍ୟ ଅତ୍ଯଧିକ ହ୍ରାସ ପାଇଛି ।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories