www.samajalive.in
Monday, December 15, 2025
17.1 C
Bhubaneswar

ବ୍ରହ୍ମକୁମାରୀଙ୍କ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ

ସମ୍ବଲପୁର: ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ବ୍ରହ୍ମ କୁମାରୀଜ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ବୁଧବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ବ୍ରହ୍ମା କୁମାରୀଜ୍ ସମ୍ବଲପୁର ଉପ କେନ୍ଦ୍ରର ଭାରପ୍ରାପ୍ତ ନିର୍ଦ୍ଦେଶିକା ବ୍ରହ୍ମା କୁମାରୀ ରାଜଯୋଗିନୀ ପାର୍ବତୀ ଦିଦିଜୀଙ୍କ ସ୍ନେହ ଉଦ୍ଦୀପକ ଆମନ୍ତ୍ରଣ କ୍ରମେ ସମ୍ବଲପୁର ସହରର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ମାତୃ ଶକ୍ତି ତଥା ଭାଇ ଭଉଣୀ ମାନଙ୍କୁ ନେଇ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ବୁଧବାର ସନ୍ଧ୍ୟା ୬ଟାରେ ଓଡ଼ିଶା ସାଂସ୍କୃତିକ ଭବନ, ସେନ୍ ପାର୍କ ରୋଡ଼, ସମ୍ବଲପୁର ଠାରେ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ରୂପେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସମ୍ମାନୀୟ ଅତିଥି ରୂପେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଓ ମୂଖ୍ୟ ବକ୍ତା ରୂପେ ରାଜଯୋଗିନୀ ପାର୍ବତୀ ଦିଦି ଜୀ ମଞ୍ଚାସୀନ ଥିଲେ।

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟର ସଂକ୍ଷିପ୍ତ ପରିଚୟ ପ୍ରଦାନ କରି ବ୍ରହ୍ମାକୁମାରୀ ଦୀପା କହିଲେ ଯେ ବର୍ତ୍ତମାନ ଏହି ଈଶ୍ଵରୀୟ ଶିକ୍ଷା ଅନୁଷ୍ଠାନ ବିଶ୍ୱରେ ୧୪୦ ଟି ଦେଶରେ ବିସ୍ତାର ଲାଭ କରିଛି। ଏହାର ମୂଖ୍ୟ ସ୍ଥାନ ଭାରତର ରାଜସ୍ଥାନ। ରଜଯୋଗିନୀ ପାର୍ବତୀ ଦିଦି ରକ୍ଷା ବନ୍ଧନର ଅସଲ ଉଦ୍ଦେଶ୍ୟ କହିଲେ କି ଏହା ଆତ୍ମା ପରମାତ୍ମା ବନ୍ଧନ। ଆମର ପ୍ରକୃତ ରକ୍ଷାକର୍ତ୍ତା ପରମାତ୍ମା, ବା ଶିବ ଭଗବାନ। ଆତ୍ମିକ ସ୍ଥିତିରେ ରହିଲେ ଓ ତାଙ୍କ ସ୍ନେହ ବନ୍ଧନରେ ରହିଲେ ଆମେ ସବୁ ପ୍ରକାର ସମସ୍ୟା ଓ ବିକାରରୁ ରକ୍ଷା ପାଇବା। ଏଡ଼ିଏମ ପ୍ରଦୀପ କୁମାର ସାହୁ କହିଥିଲେ ଯେ, ପ୍ରତ୍ୟେକ ପର୍ବର ଏକ ମୂଖ୍ୟ ଉଦ୍ଦେଶ୍ୟ ଥାଏ ଓ ଏହା ହେଲା ପବିତ୍ରତା। ରକ୍ଷା ବନ୍ଧନ ଏକ ପବିତ୍ର ପର୍ବ ଯାହା ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ସୂଚାଏ। ପ୍ରଫେସର୍ ଵିଧୁ ଭୂଷଣ ମିଶ୍ର କହିଥିଲେ ଯେ ରକ୍ଷା ବନ୍ଧନ ପର୍ବ ମୁଖ୍ୟତଃ ତିନୋଟି କଥାକୁ ବୁଝାଏ ଯଥା ତିଲକ ଯାହା ଈଶ୍ଵରୀୟ ସ୍ମୃତି ଆଣେ, ମିଠା ଖାଇବା ଯାହା ପାଟିରୁ ସବୁବେଳେ ମିଠା କଥା ବାହାରିବ ଓ ରାକ୍ଷୀ ବାନ୍ଧିବାର ମାନେ ପରମାତ୍ମାଙ୍କ ସ୍ନେହ ଓ ପ୍ରେମ ବନ୍ଧନରେ ରହିବା। ରେଙ୍ଗାଲି ବିଧାୟକ ନାଉରୀ ନାଏକ କହିଥିଲେ ଯେ ମଣିଷ ଶ୍ରେଷ୍ଠ ଜୀବ, ମାତ୍ର ହିଂସା ଅତ୍ୟାଚାରରେ ଲିପ୍ତ ହେଉଛି। ନିଶାରେ ଆସକ୍ତ ହେଉଛି। ଏମାନଙ୍କୁ ଠିକ୍ ରାସ୍ତାକୁ ଆଣିବା ପାଇଁ ଆଇନ୍ ଅପେକ୍ଷା ଆଧ୍ୟାତ୍ମିକ ଜ୍ଞାନ ହିଁ ଆବଶ୍ୟକ। ବ୍ରହ୍ମାକୁମାରୀ ଦୀପା ମଞ୍ଚ ପରିଚାଳନା କରିଥିଲେ। କୁମାରୀ ସିଦ୍ଧି ନୃତ୍ୟ ପରିବେଷଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories