ଗଙ୍ଗାଧରଙ୍କ ସୃଷ୍ଟି ଥିଲା ଗଙ୍ଗାଧାର ପରି ପଵିତ୍ର
ମିଳନୀ ପକ୍ଷରୁ ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ
କେନ୍ଦୁଝର ଗଡ଼ : ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ବୁଧବାର ସନ୍ଧ୍ୟାରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କର ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି।
ସମ୍ପାଦକ କବି ଡ଼କ୍ଟର୍ ଚିତ୍ତରଞ୍ଜନ ମିଶ୍ର ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ କୃତୀ ସମ୍ପର୍କରେ ଆଲୋଚନା କରିଥିଲେ। ଓଡିଶା ସାହିତ୍ୟ ଏକାଡେମୀର ଜିଲ୍ଲା ପ୍ରତିନିଧି କବି ପିନାକୀ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କବିଗଙ୍ଗାଧରଙ୍କୁ ଉତ୍କଳୀୟ ଅସ୍ମିତାର ମୂର୍ତ୍ତ ପ୍ରତୀକ ଭାବରେ ଅବହିତ କରିଥିଲେ।
କବି ହରିହର ମହାନ୍ତ ଅତିଥି ବକ୍ତା ଭାବରେ ଯୋଗ ଦେଇ କବିଙ୍କର ଜୀବନୀ ଓ ସୃଜନୀ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । କବି ଦେବାଶିଷ ଚକ୍ରବର୍ତ୍ତୀ ସଭାପତୀୟ ଅଭିଭାଷଣ ପ୍ରଦାନ କରି କବିଙ୍କୁ ଭାରତୀୟ ସଂସ୍କୃତିର ନିରାଜକ ଭାବରେ ଅଭିହିତ କରିବା ସହିତ ତାଙ୍କ ସୃଷ୍ଟିକୁ ଗଙ୍ଗାଧାର ପରି ପଵିତ୍ର ବୋଲି ମତ ଦେଇଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପିନାକୀ ମିଶ୍ର କାଳିନ୍ଦୀ ଚରଣ କବିତା ସମ୍ମାନ ଲାଭ କରିଥିବାରୁ ତାଙ୍କୁ ପୁଷ୍ପ ସ୍ତବକ ଦେଇ ଅନୁଷ୍ଠାନର ସଭାପତି ସମ୍ବର୍ଦ୍ଧିତ କରିଥିଲେ।
କବୟିତ୍ରୀ ବିଜୟଲକ୍ଷ୍ମୀ ମହାନ୍ତିଙ୍କର ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମମତାରାଣୀ ଦାସ, ଲିପିକା ପଟ୍ଟନାୟକ, ଶୋଭନା ଜେନା, ଚନ୍ଦ୍ରପ୍ରଭା ପତି, ଡ଼କ୍ଟର୍ ସୁମନ୍ତ୍ର ନାଏକ,ବିରଞ୍ଚି ନାରାୟଣ ସାମନ୍ତରାୟ, ମନରଞ୍ଜନ ମହାନ୍ତି, ଯୋଗେନ୍ଦ୍ର ନାଥ ସାହୁ, ଶାନ୍ତନୁ କୁମାର ମହାପାତ୍ର, ପ୍ରସନ୍ନ କୁମାର ପତି, ଦେବଦର୍ଶନ ଦାଶ, ଜିତେନ୍ଦ୍ର ପରିଡା, ଦେବଦତ୍ତ ଦେହୁରୀ, ପ୍ରତାପ କର୍ମକାର ଓ ପ୍ରଭାସ କୁମାର ମିଶ୍ର ପ୍ରମୁଖ ବହୁ କବି କବିତା ପାଠ କରିଥିଲେ।ପରିଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ କବି ସୁଜିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରାରମ୍ଭରେ ଦିବଂଗତ କବି ଜୟନ୍ତ ମହାପାତ୍ରଙ୍କର ଆତ୍ମାର ସଦଗତି ପାଇଁ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
Comments are closed.