ଆସନ୍ତାକାଲିଠାରୁ ଉତ୍କେଲା ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ସେବା

ଭବାନିପାଟଣା : କଳାହାଣ୍ଡିର ବହୁ ପ୍ରତୀକ୍ଷିତ ଉତ୍କେଲା ବିମାନବନ୍ଦରରୁ ଗୁରୁବାର(ଆସନ୍ତାକାଲି)ଠାରୁ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ ହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ତଥା ଅନ୍ୟ ଅଧିକାରୀମାନେ ଅଭାସି ମାଧ୍ୟମରେ ଏହି ନୂତନ ବିମାନ ଚଳାଚଳ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉପସ୍ଥିତ ରହି ଉତ୍କେଲା ଅଭିମୁଖେ ଆସିବାକୁ ଥିବା ପ୍ରଥମ ବିମାନକୁ ପତାକା ଦେଖାଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଉତ୍କେଲା ବିମାନବନ୍ଦରରୁ ସାଂସଦ ବସନ୍ତ ପଣ୍ଡା ପତାକା ଦେଖାଇ ବିମାନ ଚଳାଚଳର ଶୁଭାରମ୍ଭ କରିବେ। ଏଥିପାଇଁ ଯାତ୍ରୀ ଭଡା ୯୯୯ ଟଙ୍କା ଧାର୍ଯ୍ୟ କରାଯାଇଛି ।

prayash

ଏହି ଅବସରରେ ମଙ୍ଗଳବାର ଇଣ୍ଡିଆ ୱାନ ଏୟାରର ଏକ ୯ ସିଟର ଯାତ୍ରୀବାହୀ ବିମାନ ଉତ୍କେଲା ଏୟାର ପୋର୍ଟରେ ପରୀକ୍ଷା ମୂଳକ ଭାବେ ଅବଚରଣ କରିଥିଲା । ଏହି ବିମାନ ସକାଳ ୮ଟା ୨୨ ମିନିଟରେ ଭୁବନେଶ୍ବରରୁ ବାହାରି ସକାଳ ୯ଟା ୨୦ରେ ଉତ୍କେଲା ବିମାନ ବନ୍ଦରରେ ଅବତରଣ କରିଥିଲା । ପୁଣି ୯ଟା ୫୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରକୁ ପ୍ରତ୍ୟାବର୍ତ୍ତନ କରିଥିଲା।

ସୂଚନାଯୋଗ୍ୟ ଯେ, ଉତ୍କେଳା ଏୟାରଷ୍ଟ୍ରିପ୍‌କୁ ଉଡ଼ାଣ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ସାମିଲ କରାଯାଇଥିବା ବେଳେ ଭିତ୍ତିଭୂମି ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରରୁ ଉତ୍କେଳାକୁ ବିମାନ ଚଳାଚଳ କରିବାକୁ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ରାୟପୁର ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

Comments are closed.