www.samajalive.in
Monday, December 15, 2025
16.1 C
Bhubaneswar

ଶରତ ଋତୁ ଆଗମନର ମାସକ ଆଗରୁ ଧରାପୃଷ୍ଠରେ କାଶତଣ୍ଡି 

ଲଡୁଗାଁ : ଋତୁଚକ୍ର ପରିବର୍ତ୍ତନର ତାଳେତାଳେ ବଦଳିଥାଏ ପ୍ରକୃତିର ଚିତ୍ର। ଶରତର ଆଗମନରେ ପାର୍ବଣର ବାର୍ତ୍ତା ନେଇ ଧରା ପୃଷ୍ଠରେ ତା’ର ପସରା ମେଲାଇଥାଏ କାଶତଣ୍ଡି । ହେଲେ କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ବଦଳିଛି ଋତୁଚକ୍ର, ତା ସହ ବଦଳି ଯାଇଛି ପ୍ରକୃତିର ନିୟମ। ଶରତ ଋତୁ ଆଗମନର ମାସକ ଆଗରୁ ଧରା ପୃଷ୍ଠକୁ ଓହ୍ଲାଇ ଆସିଛି କାଶତଣ୍ଡି। ପ୍ରକୃତିର ଏଇ ଅମୂଲ୍ୟ ଉପହାର ଏ ଅଞ୍ଚଳର ବିଲମାଳ, ରାସ୍ତାକଡ, ନଈପଠା ଓ ଖାଲୁଅ ଜମିରେ ଦେଖାଯାଏ। ସେ ଯାହା ହେଉନା କାହିଁକି କାଶତଣ୍ଡି ଫୁଲର ସମ୍ଭାର ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରେ। ପ୍ରକୃତିର କାନଭାସରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ। ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ। ସତରେ ବାଟୋଇଟିଏ ହଜିଯାଏ ଏହାର କମନୀୟ ସୁଷମା ଭିତରେ। ଏହା ସହିତ ସେଲଫି ନେବାକୁ ସେ ବିବ୍ରତ ହୋଇଉଠେ। କବି ଏହି ଫୁଲକୁ ଦେଖି  ବିଭୋର ହୋଇଯାଏ। ତା’ କଲମ ମୁନରୁ ସୁନ୍ଦର କବିତାରାଜି ଝରିପଡେ। କାଶତଣ୍ଡି ଖୁସି ବାଣ୍ଟି ବାଣ୍ଟି ପ୍ରକୃତି କୋଳରେ ଝାଉଁଳି ପଡେ ଏବଂ ଅପେକ୍ଷା କରିଥାଏ ଆଗାମୀ ଶରତକୁ । ସତେ ଯେମିତି ଧରଣୀ ରାଣୀ ଧଳା ରଙ୍ଗର ଚାଦର ଟିଏ ଘୋଡେ଼ଇ ହୋଇଥିବା ଭଳି ମନେହୁଏ ।  ବୋଧହୁଏ ମାଁ ଙ୍କୁ ସ୍ଵାଗତ କରିବା ପାଇଁ କାଶତଣ୍ଡି ବ୍ୟାକୁଳ ହୋଇ ଉଠିଛି। ହେଲେ ମାଁ ଧରାବତରଣ ହେବା ବେଳକୁ କାଶତଣ୍ଡି ରହିବ କି ନାହିଁ ତାହାକୁ ନେଇ ଏବେ ପ୍ରକୃତି ପ୍ରେମୀ ଚିନ୍ତା ପ୍ରକଟ କରିଛନ୍ତି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories