www.samajalive.in
Wednesday, December 10, 2025
16.1 C
Bhubaneswar

ହିରାକୁଦ ବିସ୍ତାପିତ ଅଞ୍ଚଳ ରାସ୍ତା ଅବସ୍ଥା ଶୋଚନୀୟ

ରେଙ୍ଗାଲି: ହିରାକୁଦ ନଦୀବନ୍ଧ ଯୋଜନା ସ୍ବାଧୀନୋତ୍ତର ଭାର ର ପ୍ରଥମ ବହୁମୁଖୀ ବିକାଶ ଯୋଜନା। ଏହି ଯୋଜନାରେ ବିସ୍ଥାପିତ ହୋଇଥିବା ୨୯୪ ଟି ରାଜସ୍ବ ଗ୍ରାମର ଅଧିବାସୀ ଙ୍କୁ ଉପଯୁକ୍ତ ଥଇଥାନ, ଗମନାଗମନ ଆଦି ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ତତ୍କାଳୀନ ସରକାର ପ୍ରତିଶ୍ରୁତି ଦେଇଥିଲେ। ତେବେ ନଦୀବନ୍ଧ ଯୋଜନା ଲୋକାର୍ପିତ ହେବାର ୬୬ବର୍ଷ ବିତିଗଲା ପରେ ବି ଅନେକ ବିସ୍ଥାପିତ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ଏବଂ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଥିବାର ଅଭିଯୋଗ ହେଉଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ନିସାନଭଙ୍ଗା ଗ୍ରାମ ପଞ୍ଚାୟତ ର ରେଙ୍ଗାଲି ବ୍ଲକ ଛକରୁ ଥୁଣ୍ଟି କତରବଗାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ଅଧିନସ୍ଥ ରାସ୍ତା ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଅଟେ। ଏହି ରାସ୍ତା ଉପରେ ହିରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇ ପୁନର୍ବସତି ସ୍ଥାପନ କରିଥିବା ବଡଖଳିଆ, ଝାରମୁଣ୍ଡା,ବାବୂଚକୂଳି, ବିଉଁଶେନ,ଆମଝରନ, ଥୁଣ୍ଟି କତରବଗା ଆଦି ଗ୍ରାମ ର ଅଧିବାସୀ ନିର୍ଭର କରିଥାନ୍ତି। ବ୍ଲକ ଛକ ରୁ ଉପରୋକ୍ତ ଗାଁ ଦେଇ ଥୁଣ୍ଟି କତରବଗା ପର୍ଯ୍ୟନ୍ତ ଯାଇଥିବା ରାସ୍ତା ର ଦୂରତା ୯ କିଲୋମିଟର। ୯ କିଲୋମିଟରରୁ ବିଭିନ୍ନ ସ୍ଥାନରେ ୧ କିଲୋମିଟର ରୟତି ଜମି ହୋଇଥିବାରୁ ରାସ୍ତା ନିର୍ମାଣ ସମୟ ରେ ରୟତି ଜମି ଥିବା ୧ କିଲୋମିଟର ଛାଡି ଦେଇ ବାକି ୮ କିଲୋମିଟର ପିଚୁ ଓ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି। ଫଳରେ ରାସ୍ତା ନିର୍ମାଣ ହୋଇ ନଥିବା ଅସଂଖ୍ୟ ଖାଲଖମା ସୃଷ୍ଟି ହୋଇ ଗମନାଗମନ ରେ ଘୋର ପ୍ରତିବନ୍ଧକ ଦେଖାଦେଇଛି।

ଉକ୍ତ ରୟତି ଜମି ଥିବା ୧ କିଲୋମିଟର ରାସ୍ତା ପାଇଁ ଅଧିଗ୍ରହଣ କରାଯାଇ ରାସ୍ତା ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ଗତ ୩ବର୍ଷ ହେଲା ଅଞ୍ଚଳବାସୀ ଜିଲାପାଳ ଉପଜିଲାପାଳ, ତହସିଲଦାରଙ୍କୁ ସାକ୍ଷାତ କରି ଲିଖିତ ଓ ମୌଖିକ ଦାବୀ କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳୁ ନଥିବାରୁ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଉଛି। ବ୍ଲକ, ତହସିଲ, ଡାକ୍ତରଖାନା, ଜିଲା ସଦର ମହକୁମା,ସ୍କୁଲ କଲେଜ ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯିବା ପାଇଁ ଉପରୋକ୍ତ ଗ୍ରାମ ଗୁଡିକର ଜନସାଧାରଣଙ୍କ ପାଇଁ ଏହି ରାସ୍ତା ହିଁ ଏକମାତ୍ର ଭରସା। ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅହରହ ଭାରି ମାଲବାହୀ ଯାନ ଚଳାଚଳ ଯୋଗୁଁ ରାସ୍ତାର ଅବସ୍ଥା ଦିନକୁ ଦିନ ଆହୁରି ଦୟନୀୟ ହେବାରେ ଲାଗିଛି। ଅତୀତ ରେ ପଞ୍ଚାୟତ ସମିତି ଅଧିନ ରେ ଥିବା ଏହି ରାସ୍ତା ପରବର୍ତ୍ତି ସମୟ ରେ ଗ୍ରାମ୍ୟ ନିର୍ମାଣ ବିଭାଗ କୁ ହସ୍ତାନ୍ତର କରାଯାଇ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରେ ପୁନଃନିର୍ମାଣ କରାଯାଇ ପିଚୁ ଓ କଂକ୍ରିଟ କରାଯାଇଥିଲା। ଏବେ ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧିନସ୍ଥ ରେ ରହିଛି। ବିଗତ ବର୍ଷ ମାନଙ୍କ ରେ କ୍ରମାଗତ ଭାବରେ ବିଭିନ୍ନ ସମୟ ରେ ଜିଲ୍ଲାପାଳ ଙ୍କ ଠାରେ ଜମି ଅଧିଗ୍ରହଣ କରାଯାଇ ଅସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ ପାଇଁ ଦାବୀ କରାଯାଇ ଥିବା ବେଳେ ଗତ ୧ ମାସ ପୂର୍ବରୁ ବ୍ଲକ ରେ ଅନୁ୍ଷ୍ଠିତ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିରରେ ମଧ୍ୟ ଏସଂକ୍ରାନ୍ତରେ ଦାବୀ କରାଯାଇଛି। ଉପରୋକ୍ତ ଅଞ୍ଚଳବାସୀଙ୍କ ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ଜମି ଅଧିଗ୍ରହଣ କରାଯାଇ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରି ଗମନାଗମନ ଉପଯୋଗି କରାଯାଉ ବୋଲି ଦାବୀ ହେଉଛି।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories