www.samajalive.in
Wednesday, December 10, 2025
16.1 C
Bhubaneswar

ଓଡିଶା ସିକ୍ୟୁରିଟି ଆଣ୍ଡ ସର୍ଭିସ୍‍ ଏମ୍ପ୍ଲଇଜ ସଂଘ ରାଜ୍ୟ ସାଧାରଣ ବୈଠକ

କେନ୍ଦୁଝରଗଡ: କେନ୍ଦୁଝର ସହର ଉପକଣ୍ଠ ମଣ୍ଡୁଆସ୍ଥିତ ଜିଲା ସଂସ୍କୃତି ଭବନ ଠାରେ ରବିବାର ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଓଡିଶା ସିକ୍ୟୁରିଟି ଆଣ୍ଡ ସର୍ଭିସ୍‍ ଏମ୍ପ୍ଲଇଜ ସଂଘର ୨୩ତମ ରାଜ୍ୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ରାଜ୍ୟ ସଭାପତି ଗୌରାଙ୍ଗ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ସିକ୍ୟୁରିଟିଙ୍କ ବିଭିନ୍ନ ସମସ୍ୟା ଦିଗରେ ସେ ଅବଗତ ଅଛନ୍ତି ଏବଂ ଖୁବ୍‍ ଶିଘ୍ର ସେମାନଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ନିମନ୍ତେ ରାଜ୍ୟ ସରକାରଙ୍କ ଠାରେ ଚାପ ପ୍ରୟୋଗ କରାଯିବ ବୋଲି କହିଥିଲେ। ଭାରତୀୟ ମଜଦୁର ସଂଘର ସଙ୍ଗଠନ ମନ୍ତ୍ରୀ ଗିରୀଶ ଚନ୍ଦ୍ର ମହାନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇ ସିକ୍ୟୁରିଟି ମାନଙ୍କ ବିଭିନ୍ନ ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଭାରତୀୟ ମଜଦୁର ସଂଘ କେନ୍ଦୁଝର ଜିଲା ସମ୍ପାଦକ ବାବୁଲାଲ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଭାରତୀୟ ମଜଦୁର ସଭା ରାଜ୍ୟ ସାଧାରଣ ସମ୍ପାଦକ ଡାକ୍ତର ମହାନ୍ତ ଯୋଗଦେଇ କେନ୍ଦୁଝର ଠାରେ ଏଭଳି ଏକ ରାଜ୍ୟସ୍ତରୀୟ ବୈଠକ ଆୟୋଜନ ହୋଇଥିବାରୁ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏସ୍‍.ଶ୍ରୀନିବାସ ରାଓ, ଅବସରପ୍ରାପ୍ତ ଶ୍ରମ ଉପସଚିବ ଉପେନ୍ଦ୍ର କୁମାର ମହାନ୍ତ, ଓଡିଶା ସିକ୍ୟୁରିଟି ଆଣ୍ଡ ସର୍ଭିସ୍‍ ଏମ୍ପ୍ଲଇଜ ଆସୋସିଏସନ ରାଜ୍ୟ ସମ୍ପାଦକ ଶିବରାମ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସିକ୍ୟୁରିଟି ମାରନଙ୍କର ଦୀର୍ଘବର୍ଷର ଦାବି କିଭଳି ପୁରଣ ହୋଇପାରିବା ସହ ସେମାନଙ୍କୁ ସର୍ବନିମ୍ନ ମଜୁରୀ ପରିବର୍ତ୍ତେ ସମ୍ମାନର ସହ ବଞ୍ଚିବା ଭଳି ମାସିକ ବେତନ ଓ ସାମାଜିକ ସୁରକ୍ଷା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସଂଘ ପକ୍ଷରୁ ଚାପ ସୃଷ୍ଟି କରିବାକୁ ସଂଘ ପଦାଧିକାରୀଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦୁଝର ସମେତ ବିଭିନ୍ନ ଜିଲାରେ କାର୍ଯ୍ୟରତ ୩ଶହରୁ ଅଧିକ ସିକ୍ୟୁରିଟି ଯୋଗଦେଇ ନିଜ ନିଜ ଜିଲାର ସମସ୍ୟା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ତୀର୍ଥବାସୀ ମହାନ୍ତ, ଜୟନ୍ତୀ ମହାନ୍ତ, ମିତାଲି ନାଏକ, ସୁଶାନ୍ତ ବାରିକ, ଆକାଶ ନାଏକ, ବିଷ୍ଣୁ ସେଠୀ, ସର୍ବେଶ୍ୱର ନାଏକ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

- Advertisement -

 

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories