www.samajalive.in
Wednesday, December 10, 2025
23.1 C
Bhubaneswar

ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ପ୍ରଦୂଷଣ ଓ ପରିବେଶ ଦିନକୁଦିନ ଦୂଷିତ ହେବାରେ ଲାଗିଛି

ସମ୍ବଲପୁର: ପଶ୍ଚିମ ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଫୋରମ ପକ୍ଷରୁ ଓଡ଼ିଶା ସାଂସ୍କୃତିକ ସମାଜ କକ୍ଷରେ ‘ପ୍ରଦୂଷଣ ଓ ପରିବେଶ’ ଶୀର୍ଷକ ଏକ ଆଲୋଚନାଚକ୍ର ସହ ଅନୁଷ୍ଠିତ ହୋଇଯାଇଛି। ସଭାପତି ପ୍ରତାପ କର ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରକୁ ଚନ୍ଦ୍ରଚୁଡ ସିଂ ସଞ୍ଚାଳନ କରିଥିଲେ। ଏହି ଅବସରରେ ଶ୍ରୀ କର କହିଥିଲେ ଯେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ପ୍ରଦୂଷଣ ଓ ପରିବେଶ ଦିନକୁଦିନ ଦୂଷିତ ହେବାରେ ଲାଗିଛି। ଏ ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି ହେବାର ଉପଯୁକ୍ତ ସମୟ ଆସିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୀରେନ୍ଦ୍ର ପାଣିଗ୍ରାହୀ, ମନୋରଞ୍ଜନ ପଟ୍ଟନାୟକ, ନିହାଲ ସିଂ, ରମେଶ କୁମାର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ରାଜେନ୍ଦ୍ର କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ପଶ୍ଚିମ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଫୋରମ କର୍ମକର୍ତ୍ତା ନିର୍ବାଚନ ହୋଇ ଥିଲା। ଏଥିରେ ବୀରେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ ଫୋରମର ନୂତନ ସଭାପତି ଭାବେ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରା ଯାଇଥିଲା। ଉପସଭାପତି ଭାବେ ରାଜେନ୍ଦ୍ର କୁମାର ହୋତା ଓ ନବୀନ ନନ୍ଦ, ସାଧାରଣ ସମ୍ପାଦକ ଭାବେ ଚନ୍ଦ୍ରଚୁଡ ସିଂହ, ସଂଗଠନ ସମ୍ପାଦକ ଭାବେ ଅଶ୍ବିନୀ ପଟ୍ଟନାୟକ ଓ ଭୂପେନ ସାହୁ, ସହ ସମ୍ପାଦକ ଭାବେ ଆଶୁତୋଷ ଦେହୁରୀ, କୋଷାଧ୍ୟକ୍ଷ ଭାବେ ବିପିନ ବିହାରୀ ମିଶ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ରମେଶ ପ୍ରଧାନ, ଜୟ ପ୍ରକାଶ ପ୍ରଧାନ, ଧନେଶ୍ଵର ସାହୁ,ସନ୍ତୋଷ ଭୂମିଜ, ଶ୍ରୀକାନ୍ତ ପଣ୍ଡା, ସତ୍ୟ ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଶ୍ରୀ ମନୋରଞ୍ଜନ ପଟ୍ଟନାୟକ ମୁଖ୍ୟ ପରାମର୍ଶଦାତା ରହିଛନ୍ତି ।

Hot this week

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

Related Articles

Popular Categories