www.samajalive.in
Sunday, December 7, 2025
23.1 C
Bhubaneswar

ସମ୍ବଲପୁର ପୁଲିସ ପକ୍ଷରୁ ରକ୍ତଦାନ ଶିବିର; ୨୦୦ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର: ସମ୍ବଲପୁର ଜିଲା ପୁଲିସ ଅନ୍ତର୍ଗତ ଧନୁପାଲି ଥାନା ପକ୍ଷରୁ ସ୍ଥାନୀୟ ପେନସନପଡ଼ା କଲ୍ୟାଣ ମଣ୍ଡପଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଲବିନାଶ କେରକେଟା ଉଦଘାଟନ କରିଥିଲେ। ଥାନାଧିକାରୀ ରଞ୍ଜନ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୨୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଓଡ଼ିଶା ରକ୍ତ ଭଣ୍ଡାର ସମ୍ବଲପୁର ୭୦ ୟୁନିଟ ରକ୍ତ ସଂଗ୍ରହ କରିଥିବା ବେଲେ ବୁର୍ଲା ରକ୍ତଭଣ୍ଡାର ଦ୍ୱାରା ୧୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଶିବିରକୁ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାରର ଡା. କଳ୍ପେଶ କକ୍କଡ, ସନ୍ତୋଷ ଗୌଡ, କର୍ମଦେବ ପଟେଲ, ତାପସ ନାୟକ ଏବଂ ବୁର୍ଲା ରକ୍ତ ଭଣ୍ଡାରର ଡା. ଅବିନାଶ ଦାଶ, ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ ଓ ଅନ୍ୟ କର୍ମଚାରୀ ମାନେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏସଆଇ ଟି. ବି. ଖଡୁଆ, ସୁରେନ୍ଦ୍ର ପ୍ରଧାନ, ଧର୍ମେନ୍ଦ୍ର ଭୋଇ, ଇନ୍ଦ୍ରଦେବ ଓରାମ, ଶୁଭସ୍ମିତା ରାୟ, ସୁଶାନ୍ତ ତାଣ୍ଡିଆ, ପ୍ରମୋଦ ନାୟକ, ସତ୍ୟ ନାରାୟଣ ଦେହୁରୀ, ସୁଶୀଲ ସାହୁ, ତୁଷାର ସାହୁ, ଅରୁଣ ମାଝୀ, ପ୍ରଶାନ୍ତ ବେହେରାଙ୍କ ସମେତ ଧନୁପାଲି ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। ରକ୍ତଦାନ ଶିବିରକୁ ହାବିଲଦାର ରାମଦାସ ପଣ୍ଡା ସଂଯୋଜନା କରିଥିଲେ। ରକ୍ତ ଅଭାବରେ କାହାରି ଜୀବନ ନଯାଉ ଲକ୍ଷ୍ୟ ନେଇ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଥିବା ବେଳେ ରକ୍ତଦାତାମାନଙ୍କୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାନପତ୍ର ଦେଇ ଉତ୍ସାହିତ କରିଥିଲେ।

 

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories