www.samajalive.in
Monday, December 15, 2025
14.1 C
Bhubaneswar

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ରାଣିଖମା ନାୟକ ସାହିର ଜଣେ ମହିଳାଙ୍କ ଅଚାନକ ମୃତ୍ୟୁ ଘଟିଛି। ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମହିଳା ଜଣକୁ ନିଜ ସ୍ୱାମୀ ହିଁ ନିଶାଶକ୍ତ ଅବସ୍ଥାରେ ପିଟି ପିଟି ମାରିଦେଇଥିବା ସାହି ବାସିନ୍ଦାଙ୍କ ପକ୍ଷରୁ ସୂଚନା ମିଳିଥିବା ବେଳେ ମୃତ ମହିଳାଙ୍କ ଦୁଇ ଗୋଡରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଛି। ମୃତକ ହେଲେ ରାଣିଖମା ଗ୍ରାମର ନାୟକ ସାହିର ହାଡୁ ମଳିକଙ୍କ ପତ୍ନୀ ସରୁଗଳା ମଳିକ। କିଛି ଦିନ ତଳେ ସରୁଗଳା ଆବାସ ଯୋଜନାରେ ଘର ମରାମତି ପାଇଁ ଆସିଥିଵା ଟଙ୍କା ଉଠାଇ ନେଇଥିଲେ। ତେବେ କୌଣସି କାରଣରୁ ଗତକାଲି ରାତିରେ ହାଡୁ ଓ ସରୁଗଳା ମଧ୍ୟରେ ବଚସା ହୋଇଥିଲା ଓ ହାଡୁ ବାରମ୍ବାର ମାଡ ମାରି ଚାଲିଥିଲା।ଆଜି ସକାଳ ପର୍ଯ୍ୟନ୍ତ ସ୍ତ୍ରୀ ଅଚେତ ହୋଇ ପଡି ରହିଥିଲେ ମଧ୍ୟ ମାଡ ମାରି ଚାଲିଥିଲା ବୋଲି କୁହାଯାଉଛି।

ତେବେ ଆଜି ସକାଳୁ ଖବର ପାଇ ଆମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ସାହି ବାସିନ୍ଦାଙ୍କୁ ପଚାରି ବୁଝିବା ସହ ମୃତ ସ୍ତ୍ରୀ ପାଖରେ ବସିଥିବା ସ୍ୱାମୀ ହାଡୁକୁ ପଚାରିବାରେ ମଦ ପିଇ ନିଶାରେ ଶୋଇଥିବା କହିଛି। ସେପଟେ ଘର ଆଗରେ ମୃତ ସ୍ତ୍ରୀର ହାତ ପିନ୍ଧା ଭାଙ୍ଗା କାଚ ପଡ଼ିଛି। ମୃତକର ଶରୀରରେ ମାଡ ଚିହ୍ନ ଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ମୃତ ସରୁଗଳାର ବାପା ଘର ପକ୍ଷରୁ କୌଣସି ସଂପର୍କୀୟ ପହଞ୍ଚିନଥିବା ଜଣାପଡ଼ିଛି। ଖବର ପଠାଇବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ ପହଞ୍ଚିନଥିବା ବେଳେ ମୋହନା ପୁଲିସ ଥାନାରେ କୌଣସି ଅଭିଯୋଗ ହୋଇନଥିବା କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories