www.samajalive.in
Wednesday, December 10, 2025
16.1 C
Bhubaneswar

ମହିଳା ଚାଷୀମାନଙ୍କୁ ଫଳଚାରା ବଣ୍ଟନ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ଗାଁର ମହିଳା ଦଳ ଓ ଉତ୍ପାଦକ ଗୋଷ୍ଠୀ ମହିଳା ସଦସ୍ୟମାନଙ୍କୁ ବାସୁଦେବ ପଣ୍ଡା ଫାଉଣ୍ଡେସନ ଓ ସଷ୍ଟେନେବୁଲ ଗ୍ରୀନ ଇନିସିଆଟିଭର ସହଯୋଗରେ ଶ୍ରମିକ ଶକ୍ତି ସଂଘ ଦ୍ଵାରା ଆମ୍ବ, ଲେମ୍ବୁ, ଡାଳିମ୍ବ, ଯାମ୍ବ ଫଳ ଆଦି ୫୦ ହଜାର ଚାରା ବଣ୍ଟନ କରାଯାଇଛି। ଏହାଦ୍ବାରା ନିଜ ଘର ବାଡ଼ିରେ ଗଛ ଲଗାଇ ଫଳକୁ ନିଜେ ବ୍ୟବହାର କରିବା ସହିତ କିଛି ବିକ୍ରି କରି ଅର୍ଥ ଉପାର୍ଜନ କରି ପାରିବେ।

ପ୍ରକାଶ ଥାଉକି କି, ଶ୍ରମିକ ଶକ୍ତି ସଂଘ ବିଭିନ୍ନ ସମୟରେ ସଂସ୍ଥାମାନଙ୍କ ସହିତ ଯୋଗାଯୋଗ କରି ଫଳ ଚାରା ବଣ୍ଟନ କରି ଏକ ଉଦାହରଣ ସୃଷ୍ଟି କରିପାରିଛି। ଚାଷୀମାନଙ୍କମଧ୍ୟରେ ଫଳ ଚାଷ କରିବା ପାଇଁ ଆଗ୍ରହ ବଢ଼ିବାରେ ଲାଗିଛି। ଆଗାମୀ ବର୍ଷମାନଙ୍କ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାସୁଦେବ ପଣ୍ଡା ଫାଉଣ୍ଡେସନ ତରଫରୁ ଫଳ ଚାରା ବଣ୍ଟନ କରିବା ଧାର୍ଯ୍ୟ କରାଯାଇଛି। ଶ୍ରମିକ ଶକ୍ତି ସଂଘର ସଭାପତି ଥବୀର ସିଂହ ଧରୁଆଙ୍କ ତତ୍ଵାବଧାନରେ ଓ ସମସ୍ତ କର୍ମୀଙ୍କ ସହଯୋଗରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନା କରାଯାଇଛି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories