www.samajalive.in
Sunday, December 7, 2025
26.1 C
Bhubaneswar

ଜନ୍ମଦିନ ବିଶେଷ : ସୁସ୍ମିତା ହେବେକି କାଶ୍ମୀରୀ ବୋହୂ ?

ମୁମ୍ବଇ : ୧୯ ନଭେମ୍ବରରେ ବଲିଉଡ଼ ଅଭିନେତ୍ରୀ ତଥା ପୂର୍ବ ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ ୪୩ ବର୍ଷରେ ପାଦ ଦେଇଛନ୍ତି। ୧୯୭୫ ମସିହା ଆଜିର ଦିନରେ ସୁସ୍ମିତା ହାଇଦ୍ରାବାଦର ଏକ ବଙ୍ଗାଳୀ ପରିବାରରେ ଜନ୍ମ ନେଇଥିଲେ। ତେବେ ଜନ୍ମଦିନ ଅବସରରେ ଚାଲନ୍ତୁ ଜାଣିବା ସୁସ୍ମିତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଅଜଣା କଥା –

- Advertisement -

ନିଜ ଠାରୁ ୧୫ ବର୍ଷ ସାନ କାଶ୍ମୀର ନିବାସୀ ରୋହମନଙ୍କ ସହ ସୁସ୍ମିତାଙ୍କ ପ୍ରେମ ସମ୍ପର୍କର ଚର୍ଚ୍ଚା ଆଜିକାଲି ସାମାଜିକ ଗଣମାଧ୍ୟମରେ ଜୋର ଧରିଛି। ତେବେ ରୋହମନଙ୍କ ପରିବାର ଲୋକେ ମଧ୍ୟ ସୁସ୍ମିତାଙ୍କୁ ଖୁବ୍‍ ପସନ୍ଦ କରିଥିବା ଜଣାପଡ଼ିଛି। ହେଲେ ସୁସ୍ମିତା ରୋହମନ-ଙ୍କ ସହ ବିବାହକୁ ନେଇ ଏଯାବତ୍‍ କୌଣସି ସ୍ପଷ୍ଟୋକ୍ତି ଦେଇ ନାହାନ୍ତି। ସୂଚନା ଅନୁସାରେ, ଏହା ପୂର୍ବରୁ ମଧ୍ୟ ପ୍ରଯୋଜକ ବିକ୍ରମ ଭଟ୍ଟ, ନିର୍ଦ୍ଦେଶକ ମୁଦ୍ଦସର ଅଜୀଜ, ହୋଟେଲ ମାଲିକ ସଞ୍ଜୟ ନାରଙ୍ଗ, ବଲିଉଡ଼ ଅଭିନେତା ରଣଦୀପ ହୁଡ୍ଡା, ବିଲ୍ଡର ଇମ୍‍ତିୟାଜ୍‍ ଖତ୍ରୀ, ବଣ୍ଟି ସଚଦେବ, ବ୍ୟବସାୟୀ ଅନୀଲ ଅମ୍ବାନୀ ଓ ପୂର୍ବ ପାକିସ୍ତାନୀ କ୍ରିକେଟର ୱାସିମ ଅକରମଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା। କିଛିଦିନ ପୂର୍ବରୁ ସୁସ୍ମିତାଙ୍କ ନାମ ଋତିକ ଭସୀନଙ୍କ ସହ ମଧ୍ୟ ଯୋଡ଼ା ହେଉଥିଲା, ଯେ କି ମୁମ୍ବଇର ଅନେକ ନାଇଟ୍‍ କ୍ଲବର ମାଲିକ।

ଏତେସବୁ ପ୍ରେମସମ୍ପର୍କ ଥାଇ ମଧ୍ୟ ସୁସ୍ମିତା ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି ହେଲେ ଦୁଇ ସନ୍ତାନଙ୍କ ମାଆ ସାଜିଛନ୍ତି। ସୂଚନା ଅନୁସାରେ, ସୁସ୍ମିତାଙ୍କର ଦୁଇ ଜଣ ପାଳିତ କନ୍ୟା (ରେନୀ ଓ ଅଲୀଷା)ଅଛନ୍ତି। ସେ ତାଙ୍କ କ୍ୟାରିୟରର ପ୍ରାରମ୍ଭ ସମୟରେ ରେନୀଙ୍କୁ ପୋଷ୍ୟ କନ୍ୟା ଭାବେ ଆପଣାଇ ନେଇଥିଲେ। ଏହାର କିଛି ବର୍ଷ ପରେ ଅଲୀଷାଙ୍କୁ ପୋଷ୍ୟ କନ୍ୟା ରୂପେ ଗ୍ରହଣ କରିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories