www.samajalive.in
Sunday, December 7, 2025
16.1 C
Bhubaneswar

ଜଟିଳ ହେଉଛି ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା

ରାଞ୍ଚି: ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍‍ରେ ଥିବା ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମଶଃ ସଙ୍କଟାପନ୍ନ ହେବାରେ ଲାଗିଛି। ଉଚ୍ଚରକ୍ତଚାପ ଓ ମାନସିକ ଅବସାଦ ରୋଗରେ ପୀଡ଼ିତ ଲାଲୁଙ୍କ ଡାହାଣ ଗୋଡ଼ରେ ଏକ ବଥ ସୃଷ୍ଟି ହୋଇଛି। ଏଥିଯୋଗୁଁ ତାଙ୍କ ରକ୍ତସର୍କରା ପରିମାଣ ଆହୁରି ବୃଦ୍ଧି ପାଇଥିବା ଡାକ୍ତର କହିଛନ୍ତି।
ଲାଲୁଙ୍କୁ ଏବେ ରାଜେନ୍ଦ୍ର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍ସର ଏକ ଘରୋଇ ୱାର୍ଡରେ ରଖାଯାଇଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଡ. ଉମେଶ ପ୍ରସାଦ କହିଛନ୍ତି ଯେ ଲାଲୁଙ୍କ କ୍ରିଏଟାଇନାଇନ୍‍ ସ୍ତର ୧.୮୫କୁ ବୃଦ୍ଧି ପାଇଥିବା ବେଳେ ବ୍ଲଡ୍‍ସେଲ୍‍ ପ୍ରତିଶତ ୪ ହଜାରକୁ ଖସି ଆସିଛି। ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‍ଦଣ୍ଡ ଭୋଗୁଥିବା ଲାଲୁଙ୍କ ପାରିବାରିକ ସମସ୍ୟା ବଢ଼ିବାରେ ଲାଗିଛି। ଦୁଇ ଭାଇଙ୍କ ମଧ୍ୟରେ କ୍ଷମତା କନ୍ଦଳ ଓ ନବବିବାହିତ ବଧୂ ଐଶ୍ୱର୍ର୍ଯ୍ୟାଙ୍କୁ ଛାଡ଼ପତ୍ର ଘଟଣା ଲାଲୁଙ୍କୁ ଆହୁରି ବ୍ୟଥିତ କରିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories