www.samajalive.in
Saturday, December 13, 2025
21.1 C
Bhubaneswar

ଆପଲ ଫୋନ୍ ଚାର୍ଜିଂ ଏବଂ ଶୋଇବାକୁ ନେଇ ଚେତାବନୀ ଜାରି

ନୂଆଦିଲ୍ଲୀ – ଅନେକ ଲୋକ ଶୋଇବା ସମୟରେ ଫୋନ୍‌ ଚାର୍ଜିଂ କରିଥାଆନ୍ତି । ଫୋନ୍‌ର ଅଧିକ ଚାର୍ଜ ହେଲେ ଏହା ଗରମ ହୋଇ ଏହାର ବ୍ୟାଟେରୀ ଫାଟିବାର ସମ୍ଭାବନା ଥାଏ । କେବଳ ସେତିକି ନୁହେଁ ଏହା ଫୋନ୍‌ର ସମୟ କାଳ ହ୍ରାସ କରିଥାଏ ।

ଆପଲ୍ ପକ୍ଷରୁ ଏନେଇ ଚେତାବନୀ ଜାରି କରାଯାଇଛି । ଫୋନ୍‌କୁ ଚାର୍ଜିଂ ଅବସ୍ଥାରେ ଛାଡି ଆପଣ ଶୋଇବା ପାଇଁ ଗଲେ ଏହା ବ୍ୟାଟେରୀକୁ ନଷ୍ଟ କରିଥାଏ । ଏହା ଦ୍ୱାରା ବ୍ୟାଟେରୀ ଫାଟିବା, ଇଲେକ୍ଟ୍ରିକ୍‌ ଝଟକା ଲାଗିବା ସମ୍ଭାବନା ବୃଦ୍ଧି ପାଇଥାଏ ।

- Advertisement -

ଆଇଫୋନ୍‌ରେ କଭର ଦେଇଥିଲେ ଏବଂ ଏହାକୁ ଚାର୍ଜିଂରେ ବସାଇଲେ ଏହା ଅଧିକ ଗରମ ହୋଇଥାଏ । ତକିଆ ତଳେ ରଖି ଚାର୍ଜିଂ କରିବା ଅତି ଖରାପ । ଅନେକ ଲୋକ ଏପରି କରିଥାଆନ୍ତି । କେବେ ବି ଫୋନ୍‌ ଉପରେ କିମ୍ବା ପାଓ୍ୱାର ଆଡାପଟର ଉପରେ ଶୋଇବା କଥା ନୁହେଁ ବୋଲି ଆପଲ୍‌ ପକ୍ଷରୁ କୁହାଯାଇଛି ।

ଏହା ବ୍ୟତୀତ ବଜାରରୁ ଶସ୍ତା ଚାର୍ଜର ଆଇଫୋନ୍‌ର ବ୍ୟବହାର ନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Hot this week

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories