ରେଙ୍ଗାଲି କ୍ୟାମ୍ପ: ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃପୁରୀ ଠାରେ ଭାରତର ୭୭ ତମ ସ୍ବାଧିନତା ଦିବସ ତଥା ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ୧୫୧ ତମ ଜନ୍ମଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବରେ ଭାରତ ସୈନ୍ୟ ବିଭାଗର ଭୂତପୂର୍ବ ସୈନିକ ସରୋଜ କୁମାର ଭୋଇ ଭାରତର ଜାତୀୟ ପତାକା ଓ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ସାଧକ ଶ୍ରୀ ବିଭୂତି ଭୂଷଣ ସାହୁ ଯୋଗ ଦେଇ ଭାରତର ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟ ଅତିଥି ନିଜର ଅଭିଭାଷଣରେ କହିଥିଲେ ଦେଶ ପାଇଁ ସେବା କରିବାକୁ ହେଲେ ନିଜର ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ପଡେ। ଅଧ୍ୟକ୍ଷ ଶ୍ରୀ ଟିକେଲାଲ ଚାନ୍ଦଙ୍କ ଅଧ୍ୟକ୍ଷତାରେ ତଥା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ବବୃ ବାହାନ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ସଭାପତି ଶେଷଦେବ ନାଏକ, ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଜୟ ପ୍ରକାଶ ଅଗ୍ରୱାଲ, ବାଲେଶ୍ଵର ସାହୁ, ସରୋଜ କୁମାର ରଥ ପ୍ରମୁଖ ମଞ୍ଚାସିନ ହୋଇଥିଲେ।
Popular Categories



