www.samajalive.in
Sunday, December 14, 2025
17.1 C
Bhubaneswar

ଜେଲରୁ ଫେରାର କଏଦୀର ଉନ୍ମତ୍ତକାଣ୍ଡ ; ଆଈ ମୃତ , ୩ ଆହତ

ଜଗତସିଂହପୁର : ଜଗତସିଂହପୁର ଆଳିପିଙ୍ଗଳ ଜେଲ ପାଚେରୀ ଡେଇଁ ଫେରାର ହୋଇ ଯାଇଥିବା ବାଲିକୁଦା ଥାନା ନାଗପୁର ପଞ୍ଚାୟତ ଅଧୀନ ଗଦେଇଗିରିର ଜୀବନ ଜ୍ୟୋତି ସାହୁ ଓରଫ ସମୀର ବୁଧବାର ସକାଳୁ ଉନ୍ମତ୍ତକାଣ୍ଡ ଘଟାଇଛି। ପୂର୍ବରୁ ସେ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲରେ ଥିଲା । ମାତ୍ର ଗତବର୍ଷ ଏପ୍ରିଲ ୧୭ତାରିଖରେ ଜେଲ ପାଚେରୀ ଡେଇଁ ପଳାଇବାରେ ସକ୍ଷମ ହୋଇଥିଲା । ଫେରାର ସମୀର ଆଜି କଟୁରୀରେ ନିଜ ଆଈକୁ ମରଣାନ୍ତକ ଆକ୍ରମଣ କରିଥିଲା। ଏଥିରେ ଆଈସଖୀ ସାହୁ(୭୫)ଙ୍କ ମୃତ୍ୟୁ ଘଟିଛି। ଏହାସହ ସମୀର  ଉକ୍ତ ଦୁଷ୍କର୍ମ ପିଡୀତାର ମାଆ ,ପଡୋଶୀ  ଓ ୬ ବର୍ଷର ଶିଶୁକୁ ମଧ୍ୟ ଆକ୍ରମଣ କରିଛି। ସେମାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଉନ୍ମତ୍ତକାଣ୍ଡ ଘଟାଇ ସମୀର ଖସି ପଳାଇବା ପାଇଁ ଉଦ୍ୟମ କରୁଥିବା ସମୟରେ ଗାଁ ଲୋକେ ତାକୁ କାବୁ କରି ଦଉଡିରେ ବାନ୍ଧି ପକାଇଥିଲେ। ପରେ ଖବର ପାଇ ପୁଲିସ ପହଞ୍ଚି ସମୀରକୁ ଧରି ଥାନାକୁ ନେଇ ଅଟକ ରଖିଛି। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories