www.samajalive.in
Monday, December 15, 2025
14.1 C
Bhubaneswar

କରୁଛନ୍ତି କି ଏହି ଭୁଲ୍‌‌? ହୃଦୟ ପାଇଁ କ୍ଷତିକାରକ..

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସଭିଁଙ୍କ ଇଚ୍ଛା। ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ୍‌‌ ଓ ଅଭ୍ୟାସ ପାଇଁ ହୃଦୟଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଅନେକ କାରଣରୁ ହୃଦୟ ଜନିତ ରୋଗ ସୃଷ୍ଟି ହୋଇଥାଏ। ଭୁଲ ଖାଦ୍ୟପେୟ,ଅଧିକ ଛଣାଛଣି,ମୋଟାପଣ ସହ ଅନ୍ୟ କେତେକ କାରଣ ମଧ୍ୟ ରହିଛି। ଦୈନନ୍ଦିନ ଜୀବନର କିଛି ଅଭ୍ୟାସ ମଧ୍ୟ ହୃଦୟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଏହି ଅଭ୍ୟାସ ତୁରନ୍ତ ବଦଳାଇ ଦିଅନ୍ତୁ..
ଏକ ଅଧ୍ୟୟନ ଅନୁଯାୟୀ,ପ୍ରତ୍ୟେକ ଦିନ ୫ ଘଣ୍ଟାରୁ ଅଧିକ ସମୟ ବସି ରହିଲେ ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା ରହିଥାଏ। ତେଣୁ ୫ ଘଣ୍ଟା ବସିବା ପରେ କିଛି ସମୟ ଚଲାବୁଲା ନିଶ୍ଚୟ କରନ୍ତୁ।
ପ୍ରତ୍ୟେକ ଦିନ ଦାନ୍ତକୁ ୨ ମିନିଟ୍‌‌ ଯାଏଁ ବ୍ରଶ ନିଶ୍ଚୟ କରନ୍ତୁ। ଏପରି ବ୍ରଶ ନକରିବା ଦ୍ୱାରା ଦାନ୍ତ ମାଢି ଭଲ ଭାବେ ପରିଷ୍କାର ହୋଇନଥାଏ। ମାଢିରେ ବ୍ୟାକ୍ଟେରିଆ ବୃଦ୍ଧି ପାଇବା ଦ୍ୱାରା ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା ଅଧିକ ଥାଏ।
ଶରୀର ସହ ହୃଦୟକୁ ମଧ୍ୟ ଆରାମ ମିଳିବା ଆବଶ୍ୟକ। ତେଣୁ ଶୋଇବାର ଏକ ସମୟ ସହ ୮ ରୁ ୯ ଘଣ୍ଟା ନିଶ୍ଚିତ ଶୁଅନ୍ତୁ। ନଚେତ୍‌‌ ମାନସିକ ଅଶାନ୍ତି ବଢିବା ସହ ସମସ୍ତ କାର୍ଯ୍ୟରେ ଚିଡ୍‌‌ଚିଡା ଭାବ ଦେଖାଦିଏ। ଫଳରେ ଏହାର ପ୍ରଭାବ ହୃଦୟ ଉପରେ ମଧ୍ୟ ପଡିଥାଏ। ତେଣୁ ଶୋଇବା ପ୍ରତି ଧ୍ୟାନ ଦିଅନ୍ତୁ।
ନିଜ ଭୋଜନରେ ଅତ୍ୟଧିକ ଲୁଣ ସେବନ କରନ୍ତୁ ନାହିଁ। ଅଧିକ ଲୁଣ ସେବନ ହୃଦୟ ପାଇଁ କ୍ଷତିକାରକ। ଏହା ହୃଦୟ ଜନିତ ରୋଗ ସୃଷ୍ଟି କରିଥାଏ। ଖାଦ୍ୟରେ ସୋଡିୟମର ମାତ୍ରା ଅଧିକ ହେଲେ ଉଚ୍ଚ ରକ୍ତଚାପ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଏହା ହୃଦୟ ପାଇଁ କ୍ଷତିକାରକ। ଅଧିକ ଲୁଣ ସେବନ ଦ୍ୱାରା ଶରୀରରେ ଅନ୍ୟାନ୍ୟ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ।
ଧୂମ୍ରପାନ କରିବା ମଧ୍ୟ ହୃଦୟ ପାଇଁ କ୍ଷତିକାରକ। ଏହା ହୃଦୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories