ପତ୍ନୀଙ୍କ ପ୍ରେମିକଙ୍କୁ ଗୁଳି କଲା ସ୍ବାମୀ

ସମ୍ବଲପୁର: ସ୍ତ୍ରୀର ପ୍ରେମିକକୁ ସ୍ବାମୀ ଗୁଳି କରିଥିବା ଜଣାପଡ଼ିଛି । ଚାରମାଳ ଥାନା କ୍ଷେତିନାଳୀ ଗାଁରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଦୁଇ ବର୍ଷ ହେଲା ଘର ଛାଡି ପ୍ରେମିକ ସହ ରହୁଥିଲେ ସଂପୃକ୍ତ ମହିଳା । ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କୁ ଗାଁରେ ଦେଖି ମହିଳାଙ୍କ ସ୍ବାମୀ ଗୁଳି କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ପ୍ରେମିକ ପଙ୍କଜ ଦେହୁରୀଙ୍କୁ ପ୍ରଥମେ ଭୀମସାର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Comments are closed.