୨୬ ନାଗ ସାପ ଉଦ୍ଧାର
ବାଲେଶ୍ବର : ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୬ଟି ନାଗ ସାପ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଚଢ଼ାଉ କରି ୨୬ଟି ନାଗ ସାପ ଉଦ୍ଧାର ହୋଇଛି। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ବନ ବିଭାଗ ଓଡ଼ିଶାରୁ ରାଜ୍ୟ ବାହାରକୁ ଲମ୍ବିଥିବା ଏହି ସାପ ବିଷ ରାକେଟର ପର୍ଦ୍ଦାଫାସ୍ କରିଛି । ନାଗ ସାପଙ୍କଠାରୁ ବିଷ ବାହାର କରାଯାଇ ଏହାକୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା ବୋଲି ପୁଲିସସ ସୂତ୍ରରୁ ସୂଚନା ମିଳିଛି।
Comments are closed.