www.samajalive.in
Sunday, December 7, 2025
14.1 C
Bhubaneswar

ଚିନ୍ତା,ଆର୍ଥିକ ସମସ୍ୟା ଲାଗି ରହୁଛି କି?

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଖୁବ ମହତ୍ତ୍ୱ ରହିଛି। ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକ ଛୋଟ ଠାରୁ ଆରମ୍ଭ କରି ବଡ ଜିନିଷ ରଖିବା ପାଇଁ ନିୟମ ବର୍ଣ୍ଣନା କରାଯାଇଛି। ବାସ୍ତୁର ଏହି ନିୟମ ପ୍ରତି ଧ୍ୟାନ ଦେବା ଦ୍ୱାରା ଗୃହରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ। ତେବେ ଏପରି କିଛି ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହାର ପାଳନ କରିବା ଦ୍ୱାରା ଚିନ୍ତା ଦୂର ହୋଇଥାଏ। ଜାଣନ୍ତୁ..
ବାସ୍ତୁ ଅନୁଯାୟୀ, ସର୍ବଦା ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବାକୁ ପରାମର୍ଶ ଦିଆଯାଇଛି। ମାତ୍ର ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବାକୁ ବାରଣ କରାଯାଇଛି। ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ଗୋଡ ଦକ୍ଷିଣ ଆଡକୁ ରହିଥାଏ। ଫଳରେ ମାନସିକ ଦୁଃଶ୍ଚିନ୍ତା ଲାଗି ରହିଥାଏ। ଉତ୍ତମ ନିଦ ମଧ୍ୟ ହୋଇନଥାଏ। ତେଣୁ ଶୟନ ପାଇଁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ।
ବାସ୍ତୁ ଅନୁଯାୟୀ, ଶୟନ କକ୍ଷରେ ଖଟ ସମ୍ମୁଖରେ ଆଇନା କିମ୍ବା ଡ୍ରେସିଙ୍ଗ୍‌‌ ଟେବୁଲ ରଖିବା ଉଚିତ ନୁହେଁ। ଶୟନ କକ୍ଷରେ ଆଇନା କିମ୍ବା ଡ୍ରେସିଙ୍ଗ୍‌‌ ଟେବୁଲ ଥିଲେ ବ୍ୟବହାର ସମୟ ବ୍ୟତୀତ ଅନ୍ୟ ସମୟରେ ଏହାକୁ କପଡା ଦ୍ୱାରା ଢାଙ୍କି ରଖନ୍ତୁ। ଶୟନ କକ୍ଷରେ ଟିଭି ମଧ୍ୟ ରଖନ୍ତୁ ନାହିଁ।
ଘରର ଅଗଣାକୁ ସର୍ବଦା ସଫାସୁତୁରା ରଖନ୍ତୁ। କଦାପି ଅସନା ଅପରିଷ୍କାର ରଖନ୍ତୁ ନାହିଁ। ଏହାକୁ ଅଣଦେଖା କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଲାଗି ରହେ। ଏହାସହ ଖରାପ ବୈଦ୍ୟୁତିକ ଉପକରଣ ମଧ୍ୟ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଚିନ୍ତା ଓ କଳହ ଲାଗି ରହିଥାଏ।
ବାସ୍ତୁ ଅନୁଯାୟୀ, ଘରର କବାଟ କଦାପି ପରସ୍ପର ସମ୍ମୁଖରେ ହେବା ଉଚିତ ନୁହେଁ। ଏହାଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହେବା ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହିଥାଏ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories