www.samajalive.in
Saturday, December 13, 2025
23.1 C
Bhubaneswar

ମିଛ ଖବର ପ୍ରସାରଣ ଅଭିଯୋଗରେ ଟିଭି ଚାନେଲ ସମ୍ପାଦକ ଗିରଫ

ଗୁରୁଗ୍ରାମ: ହରିୟାଣାରେ ପ୍ରସାରିତ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ ‘ସୁଦର୍ଶନ ନ୍ୟୁଜ୍‌’ର ଆବାସିକ ସମ୍ପାଦକ ମୁକେଶ କୁମାରଙ୍କୁ ନୂହ୍‌ ସାମ୍ପ୍ରଦାୟିକ ହିଂସାକୁ ଉସୁକାଇଲା ଭଳି ମିଛ ଓ ବିଭ୍ରାନ୍ତିକର ଖବର ପ୍ରସାରଣ ଓ ସାମାଜିକ ଗଣମାଧ୍ୟମରେ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ପ୍ରସାର ଅଭିଯୋଗରେ ଗିରଫ କରାଯାଇଛି। ଶନିବାର ମୁକେଶଙ୍କୁ ସେକ୍ଟର-୧୭ ଅଞ୍ଚଳରୁ ଗିରଫ ପରେ ଚ୍ୟାନେଲ ପକ୍ଷରୁ ତାଙ୍କୁ ଗୁଣ୍ଡାମାନେ ଅପହରଣ କରିନେଇଥିବା ପ୍ରସାରଣ କରାଯାଇଥିଲା। ପୁଲିସ ଏହାର ସ୍ପଷ୍ଟୀକରଣ ଦେଇ ଅପହରଣ ନୁହେଁ; ଗିରଫ କରାଯାଇଥିବା କହିଥିଲା। କାତାରରୁ ପ୍ରସାରିତ ‘ଅଲ୍‌ ଜଜିରା’ ନ୍ୟୁଜ୍‌ ଚାନେଲ ଦ୍ବାରା ପ୍ରଭାବିତ ହୋଇ ମୁକେଶ ଗୁରୁଗ୍ରାମରେ ପୁଲିସ ହିନ୍ଦୁ ସେଚ୍ଛାସେବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଥିବା ଖବର ପ୍ରସାର କରିଥିଲେ। ଅଲ୍‌ ଜଜିରା କର୍ତ୍ତୃପକ୍ଷ ଗୁରୁଗ୍ରାମ ପୁଲିସ କମିସନର କାଲା ରାମଚନ୍ଦ୍ରନ୍‌ଙ୍କୁ ଫୋନ୍‌ କରି ହିନ୍ଦୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ପକାଇଥିବା ମୁକେଶ ବର୍ଣ୍ଣନା କରିଥିଲେ। ପୁଲିସ ଏହି ଖବରକୁ ଅମୂଳକ ବୋଲି କହିବା ସହ ମୁକେଶଙ୍କ ବିରୋଧରେ ସାଇବର ଆଇନାନୁଯାୟୀ ମାମଲା ରୁଜୁ କରିଥିଲା। ଚ୍ୟାନେଳ ପକ୍ଷରୁ ପୁଲିସ କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି ଦର୍ଶାଯାଇଛି। ମୁକେଶ ଖବର ସଂଗ୍ରହ ପାଇଁ ମେୱାତ୍‌ ଯାଇଥିଲାବେଳେ ପୁଲିସ ଗିରଫ କରିଥିବା କହିଛନ୍ତି ମୁଖ୍ୟ ସମ୍ପାଦକ ସୁରେଶ ଚାଭାଙ୍କେ। ଗଣମାଧ୍ୟମର କଣ୍ଠରୋଧ ପାଇଁ ପୁଲିସ ଉଦ୍ୟମ କରୁଥିବା ସେ କହିଛନ୍ତି। ପରେ ମୁକେଶଙ୍କୁ ମୁକ୍ତ କରାଯାଇଥିବା ସୂଚନା ମିଳିଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories