www.samajalive.in
Thursday, December 11, 2025
26.1 C
Bhubaneswar

ଭୁବନେଶ୍ୱର ଏମ୍‌ସରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଜଣେ କିଡ୍‌ନୀ ଟ୍ୟୁମର ରୋଗୀଙ୍କ ପ୍ରଥମ ରେଟ୍ରୋେପରିଟୋନିଓସ୍କୋପିକ୍ ପାର୍ସିଆଲ ନେଫ୍ରେକ୍ଟୋମି ଅସ୍ତ୍ରୋପଚାର କରାଯାଇଛି। ରୋଗୀଙ୍କ ବୃକ୍‌କରେ ଅନ୍ତଃନଳୀ ଭିତରେ ସୃଷ୍ଟି ହୋଇଥିବା ମାଂସ ପିଣ୍ଡୁଳାକୁ ଅତ୍ୟାଧୁୁନିକ ପଦ୍ଧତିରେ ବାହାର କରାଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ବିରଳ ଅସ୍ତ୍ରୋପଚାର କରାଯାଇଛି। ଏମ୍‌ସ ଭୁବନେଶ୍ବରର ୟୁରୋଲୋଜି ଏବଂ ରେନାଲ ଟ୍ରାନ୍ସପ୍ଲାଣ୍ଟ ବିଭାଗ ତରଫରୁ ସଫଳତାର ସହ ଏହି ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି।
ୟୁରୋଲୋଜି ବିଭାଗ ଆସୋସିଏଟ ପ୍ରଫେସର ଡାକ୍ତର ମନୋଜ କୁମାର ଦାସ, ଡାକ୍ତର ଅଭୟ, ଡାକ୍ତର କିର୍ତ୍ତୀ ସିଂହ ଓ ଡାକ୍ତର ଧୀରଜଙ୍କ ଦ୍ବାରା ଅସ୍ତ୍ରୋପଚାର କରାଯାଇଛି। ଏଠାରେ ପୂର୍ବରୁ ମଧ୍ୟ ୟୁରୋଲୋଜିକାଲ୍ ଲାେପ୍ରାସ୍କୋପି ସର୍ଜରୀ କରାଯାଉଛି। ବିଭାଗ ମୁଖ୍ୟ ଡାକ୍ତର ପ୍ରଶାନ୍ତ ନାୟକଙ୍କ ମାର୍ଗଦର୍ଶନ ଓ ନେତୃତ୍ବରେ ଏହି ଅସ୍ତ୍ରୋପଚାର ହୋଇଛି।

Hot this week

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

Related Articles

Popular Categories