ନୂଆଦିଲ୍ଲୀ: ଦିଲ୍ଲୀ ସରକାରର ବରିଷ୍ଠ ମନ୍ତ୍ରୀ ଅତିସୀଙ୍କୁ ଶନିବାର ଅଧିକ ଦୁଇଟି ବିଭାଗ ପ୍ରଦାନ କରାଯାଇଛି। ଦିଲ୍ଲୀର ଅରବିନ୍ଦ କେଜରିୱାଲଙ୍କ ସରକାରରୁ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ୍ ପ୍ରମୁଖ ବରିଷ୍ଠ ମନ୍ତ୍ରୀ ବିବାଦୀୟ ସ୍ଥିତିରେ ବିଦାୟ ନେବା ପରେ ଗତ ମାର୍ଚ୍ଚରେ ବରିଷ୍ଠ ନେତ୍ରୀ ଅତିସୀଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ଏବେ ତାଙ୍କ ନିକଟରେ ୧୪ଟି ବିଭାଗ ରହିଛି। ଶନିବାର କେଜରିୱାଲ ଅତିସୀଙ୍କୁ ଅତିରିକ୍ତ ଦୁଇ ବିଭାଗ ପ୍ରଦାନ ସମ୍ପର୍କିତ ନଥି ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ନିକଟକୁ ପଠାଇଛନ୍ତି। ତାଙ୍କୁ ନୂଆ ଭାବେ ସେବା ଓ ଦୁର୍ନୀତି ନିବାରଣ ବିଭାଗ ପ୍ରଦାନ କରାଯାଇଛି। ଏ ଦୁଇଟି ପୂର୍ବରୁ ସୌରଭ ଭରଦ୍ବାଜଙ୍କ ନିକଟରେ ଥିଲା। ଅତିସୀଙ୍କ ନିକଟରେ ଏବେ ଅର୍ଥ, ରାଜସ୍ବ, ଯୋଜନା, ଗଣଶିକ୍ଷା ଓ ଉଚ୍ଚ ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ଶକ୍ତି, ପୂର୍ତ୍ତ, ପର୍ଯ୍ୟଟନ, କଳା ଓ ସଂସ୍କୃତି ଏବଂ ଲୋକସମ୍ପର୍କ ଭଳି ସମସ୍ତ ଗୁରୁତ୍ବପୂର୍ଣ୍ଣ ବିଭାଗ ରହିଛି।
Popular Categories



