www.samajalive.in
Sunday, December 14, 2025
17.1 C
Bhubaneswar

ଲବଙ୍ଗ : ଗୁଣ ଜାଣି ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକଙ୍କ ରୋଷେଇ ଘରେ ଲବଙ୍ଗ ନିଶ୍ଚୟ ଉପଲବ୍ଧ। ଲବଙ୍ଗର ବ୍ୟବହାର ଅନେକ ଜିନିଷରେ ହୋଇଥାଏ। କିଛି ଲୋକେ ଏହାକୁ ଚୋବାଇ କରି ଖାଆନ୍ତି। ଏହାକୁ ଚୋବାଇ କରି ଖାଇବା ଦ୍ୱାରା ଦାନ୍ତ,ଦାନ୍ତ ମାଢି ଆଦି ସୁସ୍ଥ ରହିଥାଏ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଖୁବ ଉପକାରୀ। ମାତ୍ର ଏହାକୁ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ପାଚନ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଲବଙ୍ଗର ବ୍ୟବହାର ଆୟୁର୍ବେଦରେ ମଧ୍ୟ ଅନେକ ସମସ୍ୟା ଦୂର ପାଇଁ ବ୍ୟବହାର କରାଯାଏ। ଜାଣନ୍ତୁ ସକାଳେ ଖାଲି ପେଟରେ ଲବଙ୍ଗ ଖାଇବା ଦ୍ୱାରା କି ଲାଭ ମିଳେ..
ସକାଳେ ଖାଲି ପେଟରେ ଲବଙ୍ଗ ଖାଇବା ଦ୍ୱାରା କର୍କଟ, ମଧୁମେହ, ହୃଦୟ ଜନିତ ସମସ୍ୟା ଆଦିର ହେବାର ସମ୍ଭାବନା ଖୁବ କମ୍‌‌ ଥାଏ।
ନିୟମିତ ଖାଲି ପେଟରେ ସକାଳେ ଲବଙ୍ଗ ଖାଇବା ଦ୍ୱାରା ଅନେକ ମାରାତ୍ମକ ରୋଗ ଶରୀର ଠାରୁ ଦୂରେଇ ରହିଥାଏ। ଲବଙ୍ଗ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଧ୍ୟ ସୁସ୍ଥ ରହେ। ପାଚନ ଜନିତ ରୋଗରୁ ରକ୍ଷା କରିଥାଏ। ଏଥିରେ ଫାଇବର ଥିବାରୁ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
ଦାନ୍ତ ମାଢିରେ ସମସ୍ୟା ଥିଲେ, ଦାନ୍ତ ବିନ୍ଧା ହେଉଥିଲେ ଲବଙ୍ଗ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଖାଲି ପେଟରେ ଲବଙ୍ଗ ଚୋବାଇ କରି ଖାଇବା ଦ୍ୱାରା ମାଢିରେ ଥିବା କ୍ଷତିକାରକ ଜୀବାଣୁ ରହିନଥାଆନ୍ତି। ଦାନ୍ତ ମଜଭୂତ ହେବା ସହ ପାଟି ଦୁର୍ଗନ୍ଧ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଲବଙ୍ଗରେ ପ୍ରାକୃତିକ କଷ୍ଟ ଦୂରକାରୀ ଗୁଣ ରହିଛି। ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା, ମାଇଗ୍ରେନର ଯନ୍ତ୍ରଣା ଦୂର ହୋଇଥାଏ। ଗୋଟା ଖାଇବା ସହ ଲବଙ୍ଗକୁ ଗୁଣ୍ଡ କରି ମଧ୍ୟ ଖାଇ ପାରିବେ। ଏକ ଗ୍ଲାସ କ୍ଷୀରରେ ଅଳ୍ପ ଲବଙ୍ଗ ଗୁଣ୍ଡ ମିଶାଇ ଏହାକୁ ସେବନ କରି ପାରିବେ। ଲବଙ୍ଗ ତେଲ ଆଣ୍ଠୁଗଣ୍ଠିରେ ମାଲିସ କରିବା ଦ୍ୱାରା ଯନ୍ତ୍ରଣା ଦୂର ହେବା ସହ ମାଂସପେଶୀ ମଜଭୂତ ହୋଇଥାଏ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଲବଙ୍ଗର ସେବନ କରିପାରିବେ। ଲବଙ୍ଗ ସେବନ କରିବା ଦ୍ୱାରା ଥଣ୍ଡା, ସଂକ୍ରମଣ ଜନିତ ରୋଗ ଆଦି ଦୂରେଇ ରହିଥାଏ। ରକ୍ତକୁ ପରିଷ୍କାର ରଖିଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ଖାଲି ପେଟରେ ସାମାନ୍ୟ ଲବଙ୍ଗ ଗୁଣ୍ଡ ସେବନ ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାରୀ। ଏହା ରକ୍ତରେ ଶର୍କରା ମାତ୍ରାକୁ ନିୟନ୍ତ୍ରଣ କରି ରଖିଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories