www.samajalive.in
Sunday, December 14, 2025
19.1 C
Bhubaneswar

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ ଓଡ଼ିଆ ଯବାନ ସୁଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ

ଡେସ୍କ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ ସିଆରପିଏଫ ଓଡ଼ିଆ ଯବାନ କୁମାର ଖୁଣ୍ଟିଆଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶନିବାର ଜନ୍ମମାଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ସୁଶାନ୍ତଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା। ହଜାର ହଜାର ସଂଖ୍ୟାରେ ଲୋକ ପହଞ୍ଚି ଶହୀଦଙ୍କ  ଶେଷ ଦର୍ଶନ କରିଥିଲେ । ସମସ୍ତଙ୍କ ଆଖିରେ ଲୁହ, ଆଉ ଛାତିରେ ବୀର ଯବାନଙ୍କୁ ହରାଇବାର କୋହ । ବୀର ଯବାନ ଅମର ରହେ, ଶହୀଦ ଯବାନ ଅମର ରହେ, ଭାରତ ମାତା କି ଜୟ ଧ୍ୱନୀରେ ଗାଁ ଦାଣ୍ଡ କମ୍ପି ଉଠିଥିଲା ।

ଏହାପରେ ଶୋକାକୂଳ ପରିବେଶ ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ଶହୀଦ ଯବାନଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ପଞ୍ଚଭୂତରେ ଲିନ ହୋଇଛନ୍ତି ସହିଦ୍ ଯବାନ ସୁଶାନ୍ତ । ଏହା ପୂର୍ବରୁ ସେଠାରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ଦିଆ ଯାଇଥିଲା।

- Advertisement -

ସୂଚନାଯେଗ୍ୟ, ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲାର କୋଲହାନ ଜଙ୍ଗଲର ଗୋଇଲକେରା ପୁଲିସ ଥାନା ଅନ୍ତର୍ଗତ ହାତିବୁରୁ ଜଙ୍ଗଲ ନିକଟସ୍ଥ ସୋସୋପି ଗ୍ରାମ ନିକଟରେ ଆଜି ସକାଳେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସିଆରପିଏଫ ୬୦ ବାଟାଲିୟନର ଦୁଇଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସୁରକ୍ଷା ବଳ ପକ୍ଷରୁ ଆଖିବୁଜା ଗୁଳିଚାଳନା ପରେ ମାଓବାଦୀ ଜଙ୍ଗଲ ପାହାଡ଼ର ସୁଯୋଗ ନେଇ ଫେରାର୍‌ ହୋଇଯାଇଥିଲେ। ଯବାନମାନେ ଆହତ ସାଥି ଯବାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲରୁ ଉଦ୍ଧାର କରିଥିଲେ। ସେମାନଙ୍କୁ ତୁରନ୍ତ ଏୟାରଲିଫ୍ଟିଂ କରାଯାଇ ରାଞ୍ଚି ହାସପାତାଳକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories