www.samajalive.in
Monday, December 15, 2025
27.1 C
Bhubaneswar

ରାସରସିକପୁର ସ୍କୁଲରେ ଜାତୀୟ କୃମିନାଶକ ଦିବସ

ଆଠଗଡ : ଆଠଗଡ ସହରର ରାସରସିକପୁର ଉନ୍ନୀତ ଉପ୍ରା ବିଦ୍ୟାଳୟରେ ଗୁରୁବାର ଜାତୀୟ କୃମିନାଶକ ଦିବସ ପ୍ରଧାନଶିକ୍ଷକ ଦେବରାଜ ନାୟକଙ୍କ ସଂଯୋଜନାରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଗଠନର ବିଭିନ୍ନ ସରଳସୁତ୍ର ସଂପର୍କରେ ଆଲୋକପାତ କରିବା ସହ କୃମିନାଶକ ବଟିକାର ଉପକାରିତା ସଂପର୍କରେ ବୁଝାଇଥିଲେ । ଏହି ଅବସରରେ ଅଧିକ୍ଷକ ଡାକ୍ତର ମିଶ୍ର ନିଜେ କିଛି ଛାତ୍ରଛାତ୍ରୀଙ୍କୁ ଏହି କୃମିନାଶକ ବଟିକା ଖୁଆଇଥିଲେ । ପ୍ରଧାନଶିକ୍ଷକ ଶ୍ରୀ ନାୟକ ସୁସ୍ଥ ଜୀବନ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ନିଜର ମତ ରଖିବା ସହ ପିଲାମାନଙ୍କୁ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ। ମୋଟ ୨୦୦ଜଣ ଛାତ୍ରଛାତ୍ରୀ ଗୁରୁବାର କୃମିନାଶକ ବଟିକା ଖାଇଥିଲେ। ଡାକ୍ତରଖାନାର ସେବିକା, କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷକ ଶଶଧର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories