www.samajalive.in
Sunday, December 14, 2025
23.1 C
Bhubaneswar

ଭିମସାରରେ ଯୁବବର୍ଗଙ୍କ ପାଇଁ ସ୍ବାସ୍ଥ୍ୟ, ସୁଖ ସମୃଦ୍ଧି ଓ କ୍ରୀଡ଼ା କାର୍ଯ୍ୟକ୍ରମ

ବୁର୍ଲା : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ସହାୟତାରେ ଓ ସମ୍ବଲପୁର ଯୁବ ପ୍ରଭାଗ, ରାଜଯୋଗ ଏଜୁକେସନ୍ ଓ ରିସର୍ଚ୍ଚ ଫାଉଣ୍ଡେସନ୍, ବ୍ରହ୍ମାକୁମାରୀଜ୍ ତରଫରୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ(ଭିମସାର୍)ରେ ସବ୍ ଜୋନ ଇନ୍ଚାର୍ଜ ରାଜଯୋଗିନୀ ପାର୍ବତୀ ଦିଦିଙ୍କ ପ୍ରଚେଷ୍ଟା କ୍ରମେ ସମ୍ବଲପୁର ସବ ଜୋନର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟ, ସୁଖ ସମୃଦ୍ଧି ଓ କ୍ରୀଡ଼ା କାର୍ଯ୍ୟକ୍ରମ ହୋଇଯାଇଛି । ଗୁରୁବାର ସନ୍ଧ୍ୟା ୭ ଟାରେ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ, ବୁର୍ଲା ଠାରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଯାଇଛି। ଏଥିରେ ପାଖା ପାଖି ୭୦ ଜଣ ମେଡ଼ିକାଲ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ।
ପ୍ରଶିକ୍ଷିକା ବ୍ରହ୍ମାକୁମାରୀ ରାଜସ୍ଥାନର ନିକିତା ଭଉଣୀ ମନର ସରସତା ପାଇଁ କେତେକ କାର୍ଯ୍ୟକ୍ରମ କରାଇଥିଲେ । ପ୍ରଶିକ୍ଷିକା ତଥା ମୂଖ୍ୟବକ୍ତା ବ୍ରହ୍ମାକୁମାରୀ ରାଜସ୍ଥାନ ଡକ୍ଟର ଗୀତା ଭଉଣୀ ଜି-୨୦ ଓ ୱାଇ-୨୦ କ’ଣ ଓ ଏହାର ଲକ୍ଷ୍ୟ କଣ ବୁଝାଇ କହିଥିଲେ
ଓ ସ୍ଵାସ୍ଥ୍ୟ, ସୁଖ ସମୃଦ୍ଧି ତଥା କ୍ରୀଡ଼ା ସହିତ ଆଧ୍ୟାତ୍ମିକତାର ସମ୍ପର୍କ କଣ ଅଛି ପ୍ରାୟ ଏକ ଘଣ୍ଟର କାଳ ଧରି କ୍ଲାସ୍ ନେଇଥିଲେ । ସେ କହିଲେ ” ଯୁବ ଶକ୍ତିର ଉପଯୁକ୍ତ ବିନିଯୋଗ ହେଲେ ଦେଶ ଆଗେଇବ। ଆନ୍ତରିକତା ଶକ୍ତିର ଅଭାବ ହେଲେ ଏହା ବ୍ୟାହତ ହୋଇଥାଏ। ସହନଶୀଳ ହେବାକୁ ପଡିବ ଓ ଅନ୍ୟର ଗୋଡ଼ ଟାଣିବାକୁ ନ ହେଉ। କ୍ରୋଧରୁ ଉର୍ଦ୍ଧ୍ବରେ ରହିବାକୁ ହେବ। କ୍ରୋଧ ନିଜର ବହୁ କ୍ଷତି କରିଥାଏ। ଭୟ ଶୂନ୍ୟ ହୋଇ ସର୍ବଦା ସତ୍ୟ ପଥରେ ଯିବାକୁ ହେବ ଓ ହସ ହସ ମୁଖ ରହିବ। ଶାରୀରିକ ସ୍ବାସ୍ଥ୍ୟ ସଙ୍ଗେ ମାନସିକ ସ୍ଵାସ୍ଥ୍ୟର ଉନ୍ନତି ଆଣିବାକୁ ହେବ। ଏଥି ପାଇଁ ଭଗବାନଙ୍କ ସହିତ ସମ୍ବନ୍ଧ ଯୋଡିବା ଯାହାକୁ ରାଜଯୋଗ କହନ୍ତି।”
ବ୍ରହ୍ମାକୁମାରୀ ଜ୍ୟୋତି ଭଉଣୀ,  କିଛି ସମୟ ପାଇଁ ରାଜଯୋଗ ଅଭ୍ୟାସ କରାଇ ଥିଲେ। ବ୍ରହ୍ମା କୁମାର ବିଘ୍ନେସ୍ ଏକ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ଡାକ୍ତର ସ୍ୱାଗନ୍ ଶ୍ରୀ, ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ, ବୁର୍ଲା, ମଞ୍ଚ ପରିଚାଳନା କରିଥିଲେ। ମୋଟାମୋଟି ଦେଢ଼ ଘଣ୍ଟାର କାର୍ଯ୍ୟକ୍ରମ ଏକ ଶାନ୍ତ ବାତାବରଣରେ ସଂଘଟିତ ହୋଇଥିଲା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories