www.samajalive.in
Sunday, December 14, 2025
23.1 C
Bhubaneswar

ଚନ୍ଦ୍ରଯାନ-୩ ଉତ୍ତୋଳନ କରିଥିବା ଫଟୋ ଜାରି କଲା ଇସ୍ରୋ

ବେଙ୍ଗାଲୁରୁ : ଚନ୍ଦ୍ରଯାନ-୩ ଏହାର ମହାକାଶ ଯାତ୍ରା ସମୟରେ ଉତ୍ତୋଳନ କରିଥିବା ଆଉ ଦୁଇଟି ଫଟୋକୁ ଇସ୍ରୋ ଜାରି କରିଛି। ଗୋଟିଏ ଫଟୋ ପୃଥିବୀ ପୃଷ୍ଠର ହୋଇଥିବାବେଳେ ଆଉ ଗୋଟିଏ ଫଟୋ ଚନ୍ଦ୍ର ପୃଷ୍ଠର। ଜୁଲାଇ ୧୪ ତାରିଖ ଉତ୍‌କ୍ଷେପଣ ଦିନ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଇମେଜର (ଏଲଆଇ) କ୍ୟାମେରା ଉତ୍ତୋଳନ କରିଥିବା ପୃଥିବୀ ପୃଷ୍ଠର ଫଟୋକୁ ଇସ୍ରୋ ଗୁରୁବାର ଜାରି କରିଛି। ଏହା ସହିତ ଅଗଷ୍ଟ ୬ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବା ପରେ ଉତ୍ତୋଳନ କରିଥିବା ଚନ୍ଦ୍ର ପୃଷ୍ଠର ଫଟୋକୁ ମଧ୍ୟ ଇସ୍ରୋ ଜାରି କରିଛି। ଚନ୍ଦ୍ରଯାନ-୩ର ଲାଣ୍ଡର ହରାଇଜଣ୍ଟାଲ ଭେଲୋସିଟି କ୍ୟାମେରା (ଏଲଏଚଭିସି) କ୍ୟାମେରା ଚନ୍ଦ୍ରର ଫଟୋକୁ ଉତ୍ତୋଳନ କରିଥିଲା। ଏହା ପୂର୍ବରୁ ଚନ୍ଦ୍ରଯାନ-୩ ଦ୍ବାରା ଉତ୍ତୋଳନ କରାଯାଇଥିବା ଚନ୍ଦ୍ରପୃଷ୍ଠର ଭିଡିଓକୁ ଇସ୍ରୋ ଜାରି କରିଥିଲା। ଅଗଷ୍ଟ ୧ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିଥିଲା। ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରପୃଷ୍ଠ ଠାରୁ ୧୪୩୭ କିମି ଦୂର କକ୍ଷ ପଥରେ ପରିକ୍ରମଣ କରୁଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories