www.samajalive.in
Saturday, December 13, 2025
23.1 C
Bhubaneswar

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ, ୩ ଆହତ

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅଧିନ ଅମୃତମଣୋହିପାଟଣା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ଗୋଷ୍ଠୀ ସଂଘର୍ଷ, ବୋମା ମାଡ ଫଳରେ ୩ ଆହତ ହୋଇଥିବା ଜଣାପଡ଼ିଛି। ଗତ ମାସ ୧୪ତାରିଖରେ ଉକ୍ତ ଗ୍ରାମରେ ଶ୍ମଶାନ କଲର୍ଭଟ ନିର୍ମାଣ ନେଇ ସରପଞ୍ଚ ଓ ୱାର୍ଡସଭ୍ୟଙ୍କ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ବୁଧବାର ଗ୍ରାମର ଗଦାଧର ନାୟକଙ୍କ ପତ୍ନୀ ଶାନ୍ତିଲତା ବାପ ଘର ସମସରପୁରରୁ ଗାଧୁଆ ସାରି ନିଜର ୪ବର୍ଷର ପୁଅକୁ ଧରି ଫେରୁଥିବାବେଳେ ଗ୍ରାମ ରାସ୍ତାରେ ଶିଶିର ଜେନା, କୃପାସିନ୍ଧୁ ସାମଲ ଓ ବାବାଜି ବିଶ୍ୱାଳ ଏକ ବାଇକରେ ଆସି ଶାନ୍ତିଲତାଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ସହିତ ବାଇକ ଚଢାଇ ଦେବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ଶାନ୍ତିଲତାଙ୍କ ୪ବର୍ଷର ପୁଅ ବାଇକ ଧକ୍କାରେ ତଳେ ପଡ଼ିଯାଇ ଆହତ ହୋଇଥିଲା। ଏହା ଦେଖି ତାଙ୍କ ପିତା ଗଗନ ଜେନା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବାକୁ ଆସିଥିବା ବେଳେ ସେଠାରେ ଉପସ୍ଥିତ ପୂର୍ଣ୍ଣଚନ୍ଦ୍ର ରାଉତ, ଉପେନ୍ଦ୍ର ରାଉତ ଓ ସିପୁ ରାଉତଙ୍କ ସମେତ ଅନ୍ୟ କେତେକ ଲୋକ ହାତରେ ମାରଣାସ୍ତ୍ର ଧରି ତାଙ୍କୁ ଘେରି ଯାଇଥିଲେ। ଶିଶିର ଜେନାଙ୍କ ବାପା ଗଗନ ଜେନାଙ୍କୁ ସେମାନେ ଠେଙ୍ଗାରେ ପିଟିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଶ୍ରୀକାନ୍ତ ଜେନା ସେମାନଙ୍କ ଉପରକୁ ଏକ ବୋମା ଫୋପାଡିଥିଲେ ମଧ୍ୟ ସୌଭାଗ୍ୟବଶତଃ ତାହା ସେଠାରୁ ଟିକିଏ ଦୂରରେ ପଡ଼ିବାରୁ ସେମାନେ ବର୍ତ୍ତିଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି। ପରେ ପରେ କିଶୋର କୁମାର ଜେନା ଏହାର ବିରୋଧ କରିଥିବାରୁ ଶ୍ରୀକାନ୍ତ ଜେନା ତାଙ୍କୁ ଖଣ୍ଡାରେ ଆକ୍ରମଣ କରି ଆହତ କରିଥିବା ଅଭିଯୋଗ ହୋଇଛି। ଅନ୍ୟଜଣେ ଗୁଣନିଧି ଜେନା ଘରେ ଖାଉଥିବାବେଳେ ସୁରେଶ ମନ୍ତ୍ରୀ, ହରିଶ ମନ୍ତ୍ରୀ, ଅଶୋକ ମନ୍ତ୍ରୀ, ଗଦାଧର ନାୟକ ପ୍ରମୁଖ ହାତରେ ମାରଣାସ୍ତ୍ର ଧରି ତାଙ୍କୁ ଘରୁ ଘୋଷାରି ଆଣି ଆକ୍ରମଣ କରିବାରୁ ସେ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏ ସଂପର୍କରେ ଆଠଗଡ଼ରେ ଶାନ୍ତିଲତା ଜେନା ଓ ଗୁଣନିଧି ଜେନା ଦେଇଥିବା ଏତଲା ପଞ୍ଜିକୃତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଏହି ଗୋଷ୍ଠୀ ସଂଘର୍ଷ ସମୟରେ ୮ଟି ବୋମା ନିକ୍ଷେପ କରାଯାଇଥିବା ଅଭିଯୋଗ ହୋଇଥିବାବେଳେ ପୁଲିସ କିନ୍ତୁ ଗୋଟିଏ ବୋମା ଫୁଟିଥିବା ଓ ୪ଟି ଅଫୁଟା ବୋମା ଜବତ କରାଯାଇଥିବା ସୂଚନା ଦେଇଛି। ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ସନ୍ଧ୍ୟାରେ ପୁଲିସ ବିଜ୍ଞାନୀ ଦଳ ଆସି ଘଟଣାସ୍ଥଳରେ ବୋମାଗୁଡିକୁ ପରୀକ୍ଷାନିରୀକ୍ଷା କରିଥିବା ଜଣାପଡ଼ିଛି। ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ ଓ ଭାରପ୍ରାପ୍ତ ଆଇଆଇସି ବିଶ୍ୱଜିତ୍‌‌ ଜେନା ଅନ୍ୟ ପୁଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି।

Hot this week

କଲକାତାରେ ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories