ସମ୍ବଲପୁର: ସମ୍ବଲପୁର ଠାରେ ବିଶ୍ୱ ଆଦିବାସୀ ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ସହରର ଅଇଁଠାପାଲି ଛକ ସ୍ଥିତ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ବିପ୍ଲବୀ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ବିଜେଡିର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଡ. ପ୍ରମୋଦ ରଥ ଅତିଥି ରୂପେ ଯୋଗ ଦେଇଥିଲେ। ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ସମ୍ବଲପୁର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ ଦିବସରେ ଆଦିବାସୀ ମାନଙ୍କୁ ସେମାନଙ୍କର ହକ ଓ ଅଧିକାର ଉପରେ ନେଇ ଆହୁରୀ ଜନଜାଗରଣର ଆବଶ୍ୟକତା ରହିଛି ବୋଲି ବକ୍ତା ମାନେ ମତ ଦେଇଥିଲେ। ଏଥିରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ସମ୍ବଲପୁରର ଅନେକ ପଦାଧିକାରୀ ମାନଙ୍କ ସମେତ ଆଦିବାସୀ କଲ୍ୟାଣ ସଂଘର ସଭାପତି କିଶୋର ମୁଣ୍ଡା, ସାଙ୍ଗଠନିକ ସମ୍ପାଦକ ତରଣି ଖଡିଆ, ଲକ୍ଷ୍ମଣ ମୁଣ୍ଡା, ଗିରି ମୁଣ୍ଡା, ଅନୀତା ଓରାମ, ରାକ୍ଷୀ ମୁଣ୍ଡା, ହିମାଂଶୁ ମୁଣ୍ଡା ପ୍ରମୁଖ ସାମିଲ ରହିଥିଲେ।
Popular Categories



