www.samajalive.in
Saturday, December 13, 2025
23.1 C
Bhubaneswar

ଫୁଲବାଣୀରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ଫୁଲବାଣୀ: କୁଇ ସମାଜ ସେବାସମିତି,କୁଇ ସମାଜ ଯୁବ ପରିଷଦ କନ୍ଧମାଳ,କୁଇ  ଭାଷା ସାହିତ୍ୟ ସମିତି ଓଡ଼ିଶା କାନ୍ଧମାଳ ଏବଂ ଆଦିବାସୀ କର୍ମଚାରୀ କଲ୍ୟାଣ ସଂଘ ଫୁଲବାଣୀ ର ମିଳିତ ସହ ଯୋଗ ରେ ବିଜୁ କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। କୁଇ ସମାଜ ସେବା ସମିତି ଫୁଲବାଣୀର ସଭ୍ୟ ଗୌତମ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ କନ୍ଧମାଳ ରୋଦନ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ବୌଦ୍ଧ ଡ଼ା. ନିରଦ ଚନ୍ଦ୍ର କହଁର,ନିମନ୍ତ୍ରିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନଳିନୀ କହଁର,ଜିଲ୍ଲା ପରିଷଦ ଅଧ୍ୟକ୍ଷା କନ୍ଧମାଳ ସୁଶ୍ରୀ ନନ୍ଦିନୀ ମଲ୍ଲିକ,ବ୍ଳକ ଅଧ୍ୟକ୍ଷା ଖଜୁରୀପଡା ସୁଶ୍ରୀ ଅନିମା କହଁର,ବ୍ଲକ ଅଧ୍ୟକ୍ଷା ଫୁଲବାଣୀ ଶ୍ରୀମତୀ ସସ୍ମିତା କହଁର ଯୋଗଦାନ କରିଥିଲେ। ଏହି ଅବସରରେ ଆଦିବାସୀ ଦିବସର ମାହାତ୍ମ୍ୟ ଉପରେ ଉପସ୍ଥିତ କର୍ମକର୍ତ୍ତା ଆଲୋକପାତ କରିଥିଲେ। ଏହି କାର୍ଯକ୍ରମରେ କୁଇ ସମାଜ ସେବା ସମିତି ଫୁଲବାଣୀ ସମ୍ପାଦକ ଇଂ ଅବନୀ କୁମାର କହଁର, ସହ ସମ୍ପାଦକ ଅଚ୍ୟୁତ ଯାନୀ, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, ନାରୀ ସଭାନେତ୍ରୀ ସୌଦାମିନୀ କହଁର,କୁଇ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦକ ବିରେନ୍ଦ୍ର କହଁର, କୁଇ ଭାଷା ସାହିତ୍ୟ ସମିତି ଓଡ଼ିଶା କନ୍ଧମାଳ ସଭାପତି ଦିନବନ୍ଧୁ କହଁର, ମାରୁତି ସେନା ସଦସ୍ୟ ଇନ୍ଦ୍ରମଣି କହଁର, କୁଇ ସମାଜ ଯୁବ ପରିଷଦ କନ୍ଧମାଳ ଉପ ସଭାପତି ଆଲୋକ କହଁର, ମଙ୍ଗରାଜ ପ୍ରଧାନ ସଦସ୍ୟ ଶଙ୍କର କହଁର, ଲଳିତ ମଲ୍ଲିକ, ଗୋଲକ ବିହାରୀ କହଁର ଏବଂ ବିଭିନ୍ନ ଶାଖାର ସଭାପତି, ସମ୍ପାଦକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ଶେଷରେ କୁଇ ସମାଜ ସେବା ସମିତି ସହ ସମ୍ପାଦକ ଅଚ୍ୟୁତ ଯାନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଲକାତାରେ ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories