www.samajalive.in
Monday, December 15, 2025
14.1 C
Bhubaneswar

ଇନ୍ଦିରା ଗାନ୍ଧୀଙ୍କ ଅମର ବାଣୀ

ଅମର କୃତିତ୍ୱ ଓ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି କାଳ କାଳକୁ ଅମର ରହିଥିବା ମହାନ୍‌ ନାରୀଙ୍କ  ମଧ୍ୟରୁ ଜଣେ ହେଉଛନ୍ତି ଶ୍ରୀମତି ଇନ୍ଦିରା ଗାନ୍ଧୀ। ସେ ଜଣେ ଏପରି ମହିଳା ଥିଲେ ଯିଏ କି କାର୍ଯ୍ୟଦକ୍ଷତା ବଳରେ କେବଳ ଭାରତର ରାଜନୀତିରେ ନୁହେଁ ବରଂ ବିଶ୍ୱ ରାଜନୀତିରେ ମଧ୍ୟ ଗଭୀର ପ୍ରଭାବ ପକାଇ ପାରିଥିଲେ। ଏହି କାରଣରୁ ତାଙ୍କୁ ଲୌହ ମହିଳା ଭାବେ ମଧ୍ୟ ସମ୍ବୋଧିତ କରାଯାଏ। ତାଙ୍କର କିଛି ମନ୍ତବ୍ୟ ଜାଣନ୍ତୁ ଯାହା ଆମକୁ ସର୍ବଦା ପ୍ରେରଣା ପ୍ରଦାନ କରିବା ସହ ଉନ୍ନତି ମାର୍ଗରେ ଯିବାକୁ ସାହସ ପ୍ରଦାନ କରିଥାଏ।

ଦୁନିଆରେ ଦୁଇ ପ୍ରକାରର ଲୋକେ ଅଛନ୍ତି , କିଛି ଲୋକଙ୍କର ବିନା ଟଙ୍କାରେ କୌଣସି କାର୍ଯ୍ୟ କରିବାର ସାମର୍ଥ୍ୟ ନଥାଏ। ଅନ୍ୟ କିଛି ଜଣ ଟଙ୍କା ନେଇ ମଧ୍ୟ କିଛି କାର୍ଯ୍ୟ କରି ନଥାଆନ୍ତି, ସେମାନଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ।

- Advertisement -

ଯେଉଁଠାରେ ଇଚ୍ଛା ଶକ୍ତି ନ ଥାଏ, ସେଠାରେ ପ୍ରେମ ନ ଥାଏ।

କୌଣସି କାର୍ଯ୍ୟ କରିବାକୁ ଆଗ୍ରହ ଥିଲେ, ପ୍ରଥମେ ଧୀରେ ଧୀରେ ତାହାକୁ ଆରମ୍ଭ କରନ୍ତୁ। ଏହା ଦ୍ୱାରା କାର୍ଯ୍ୟ କରିବାକୁ ସାହସ ପାଇବା ସହ କାର୍ଯ୍ୟରେ ସଫଳତା ମଧ୍ୟ ପ୍ରାପ୍ତି ହୋଇଥାଏ।

ଯଦି ଏହି ଦେଶ ସେବା କାର୍ଯ୍ୟ କରିବା ସମୟରେ ମୁଁ ମରି ମଧ୍ୟ ଯାଏ, ତେବେ ଏହା ମୋ ପାଇଁ ଗର୍ବର କାରଣ ହେବ। ମୋ ରକ୍ତର ପ୍ରତି ବୁନ୍ଦା ଦେଶର ଉନ୍ନତି, ଏହାକୁ ମଜବୁତ୍‍ ଓ ଗତିଶୀଳ କରିବା ପଥରେ ଯୋଗଦାନ କରିବ।

ଯେଉଁ ହାତର ମୁଠା ବନ୍ଦ ଥାଏ, ତା ସହ ହାତ ମିଳାଇବା ସମ୍ଭବ ନୁହେଁ।

ବିନା ଯୁକ୍ତିରେ କ୍ରୋଧ ସମ୍ଭବ ନୁହେଁ। ମାତ୍ର କିଛି ସମୟରେ ଏହା ସଠିକ ଅଟେ।

ଲୋକେ ନିଜ କର୍ତ୍ତବ୍ୟକୁ ଭୁଲି ଯାଇଥାଆନ୍ତି, ମାତ୍ର ଅଧିକାରକୁ ସର୍ବଦା ସ୍ମରଣ ରଖିଥାଆନ୍ତି।

ଦୁନିଆରେ ଦୁଇ ପ୍ରକାରର ଲୋକେ ଅଛନ୍ତି। ପ୍ରଥମ ଯେଉଁମାନେ କାର୍ଯ୍ୟ କରିବାକୁ ପସନ୍ଦ କରିଥାଆନ୍ତି। ଅନ୍ୟ ଯେ କେବଳ କାର୍ଯ୍ୟର ଶ୍ରେୟ ନେବାକୁ ପସନ୍ଦ କରିଥାଆନ୍ତି। ତେଣୁ କାର୍ଯ୍ୟ କରିବା ପାଇଁ ସର୍ବଦା ଇଚ୍ଛା କରୁଥିବା ଭଳି ଲୋକେ ହିଁ ଜୀବନରେ ପ୍ରକୃତ ସଫଳତା ହାସଲ କରିଥାଆନ୍ତି।

କ୍ଷମା କରିବା ବୀର ପୁରୁଷର ଗୁଣ ଅଟେ।

ଗୋଟିଏ ଦେଶର ଅସ୍ଥିତ୍ୱ ହେଉଛି ତାହା ନିଜେ କ’ଣ କରିବାର ସାମର୍ଥ୍ୟ ରଖେ। ଏହା ନୁହେଁ କି ସେ ଅନ୍ୟ ଦେଶ ତୁଳନାରେ ସେ କଣ ଅଧିକ କରିପାରିବ।

ପ୍ରଶ୍ନ କରିବାର ଅଧିକାର ମାନବ ପ୍ରଗତିର ଆଧାର ଅଟେ।

କୌଣସି କାନ୍ଥକୁ ସେ ପର୍ଯ୍ୟନ୍ତ ଭାଙ୍ଗିବା ଉଚିତ ନୁହେଁ, ଯେଉଁ ପର୍ଯ୍ୟନ୍ତ ଜଣାନପଡ଼ିଥାଏ ତାହା କେଉଁ କାର୍ଯ୍ୟ ପାଇଁ ନିର୍ମିତ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories