www.samajalive.in
Thursday, December 11, 2025
23.1 C
Bhubaneswar

ଜାଣନ୍ତୁ କିପରି ହୋଇଥିଲା ଇନ୍ଦିରାଙ୍କ ବିବାହ

ନଭେମ୍ବର ୧୯ ତାରିଖରେ ଭାରତର ପୂର୍ବ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିନ। ଭାରତୀୟ ରାଜନୀତିରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଏପରି ଅନେକ ତଥ୍ୟ ରହିଛି, ଯାହା ବହୁ ଲୋକଙ୍କୁ ଅଜଣା। ତେବେ ଚାଲନ୍ତୁ ଆଜି ଜାଣିବା ତାଙ୍କ ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ଼ ଘଟଣା ବିଷୟରେ –

ଇନ୍ଦିରାଙ୍କ ପ୍ରେମ ଓ ବିବାହ :

- Advertisement -

ଇନ୍ଦିରା ତାଙ୍କ ପିତା ଜବାହାରଲାଲ ନେହେରୁଙ୍କ ଇଚ୍ଛା ବିରୁଦ୍ଧରେ ଫିରୋଜ ଗାନ୍ଧୀଙ୍କୁ ବିବାହ କରିଥିଲେ। ସେ ସମୟରେ ଦୁହିଁଙ୍କ ପ୍ରେମ କାହାଣୀ ଖୁବ୍‍ ଚର୍ଚ୍ଚିତ ଥିଲା। କୁହାଯାଏ ଯେ, ଦୁହିଁଙ୍କର ୧୯୩୦ ମସିହାରେ ଦେଖା ହୋଇଥିଲା।

ସ୍ୱାଧୀନତା ସଂଗ୍ରାମରେ ଥରେ ଇନ୍ଦିରାଙ୍କ ମାଆ କମଳା ନେହେରୁ ଏକ କଲେଜ ସମ୍ମୁଖରେ ଧାରଣା ଦେଉଥିବା ସମୟରେ ଚେତାଶୂନ୍ୟ ହୋଇଯାଇଥିଲେ। ସେହି ସମୟରେ ଫିରୋଜ ଗାନ୍ଧୀ ତାଙ୍କର ବହୁତ ଦେଖାଶୁଣା କାରିଥିଲେ। କମଳା ନେହେରୁଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ବୁଝିବା ପାଇଁ ଫିରୋଜ ଅଧିକାଂଶ ସମୟରେ ତାଙ୍କ ଘରକୁ ଯାଉଥିଲେ। ଇତିମଧ୍ୟରେ ଇନ୍ଦିରା ଓ ଫିରୋଜଙ୍କର ପ୍ରେମସମ୍ପର୍କ ଘନିଷ୍ଠ ହୋଇ ଉଠିଥିଲା। ଫିରୋଜ ଯେତେବେଳ ଆହ୍ଲାବାଦରେ ରହିଲେ ସେତେବେଳେ ଇନ୍ଦିରାଙ୍କ ଘର ଆନନ୍ଦଭବନରେ ସେ ବହୁ ସମୟ କାଟୁଥିଲେ। ୧୯୪୨ ମସିହାରେ ଫିରୋଜଙ୍କ ସହ ଇନ୍ଦିରାଙ୍କ ବିବାହ ହୋଇଥିଲା। ହେଲେ ପିତା ଜବାହାରଲାଲ ନେହେରୁ ଏହି ବିବାହକୁ ବିରୋଧ କରିଥିଲେ। କାରଣ ଫିରୋଜ ମୁସଲମାନ ସମ୍ପ୍ରଦାୟର ଥିଲେ। ତେବେ ମହାତ୍ମା ଗାନ୍ଧୀଙ୍କ ହସ୍ତକ୍ଷେପ ଦ୍ୱାରା ଦୁହିଁଙ୍କ ବିବାହ ଆହ୍ଲାବାଦରେ ହୋଇଥିଲା। ଫିରୋଜଙ୍କୁ ମହାତ୍ମା ଗାନ୍ଧୀ ନିଜ ପୁତ୍ର ଭାବେ ଗ୍ରହଣ କରି ତାଙ୍କ କୁଳନାମ ଦେଇଥିଲେ। ତା’ପର ଠାରୁ ଫିରୋଜ ଖାନ୍‍ ଫିରୋଜ ଗାନ୍ଧୀ ନାମରେ ସୁପରିଚିତ ହେଲେ ଓ ତାଙ୍କ ପତ୍ନୀ ଭାବେ ଇନ୍ଦିରା ନେହେରୁ ମଧ୍ୟ ଇନ୍ଦିରା ଗାନ୍ଧୀ ହୋଇଥିଲେ।

ଭାରତଛାଡ଼ ଆନ୍ଦୋଳନ ସମୟରେ ଇନ୍ଦିରା ଓ ଫିରୋଜ ଉଭୟ ସାଥିରେ ଜେଲ୍‍ ମଧ୍ୟ ଯାଇଥିଲେ। ତେବେ ବିବାହ ପରେ ଦୁହିଁଙ୍କ ମଧ୍ୟରେ ବହୁବାର ଝଗଡ଼ା ଓ ଅଶାନ୍ତି ଦେଖାଦେଇଥିଲା।

୧୯୪୯ ମସିହାରେ ଇନ୍ଦିରା ଫିରୋଜଙ୍କୁ ଛାଡ଼ି ଦୁଇ ସନ୍ତାନ(ରାଜୀବ ଓ ସଞ୍ଜୟ)ଙ୍କ ସହ ତାଙ୍କ ବାପଘରକୁ ପଳାଇ ଆସିଥିଲେ।

ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories