BJD Bijuli 480×75 Mob

ଜିଓ ଅଫର: ମିଳିବ ୨୨୦୦ ଟଙ୍କାର କ୍ୟାଶ୍‍ବ୍ୟାକ୍‍, ୬୦ ଜିବି ମାଗଣା ଡାଟା

BJD Bijuli 480×75 Mob
0

ନୂଆଦିଲ୍ଲୀ: ରିଲାୟନ୍ସ ଜିଓ ଲଗାତାର ଭାବେ ଗ୍ରାହକଙ୍କୁ ନୂଆ ଅଫର ଦେବାରେ ଲାଗିଛି। ଏବେ କମ୍ପାନୀ ୨୨୦୦ ଟଙ୍କାର କ୍ୟାଶ୍‍ବ୍ୟାକ୍‍ ଅଫର ଦେଉଛି। ମୋବାଇଲ ଫୋନ ନିର୍ମାତା କମ୍ପାନୀ ନୋକିଆ ସହଯୋଗରେ ଗ୍ରାହକ ଏହି କ୍ୟାଶବ୍ୟାକ୍‍ ଅଫରର ଫାଇଦା ଉଠାଇପାରିବେ। ଏଥିପୂର୍ବରୁ ଜିଓ ଆପଲ ଓ ଅନ୍ୟ କେତୋଟି ମୋବାଇଲ କମ୍ପାନୀ ସହ ମିଶି ବିଭିନ୍ନ ଆକର୍ଷଣୀୟ ଅଫର ଦେଇସାରିଛି।
ନିକଟରେ ସବୁଠୁ ଶସ୍ତା ଆଣ୍ଡରଏଡ୍‍ ସ୍ମାର୍ଟଫୋନ ନୋକିଆ-୧ ଭାରତୀୟ ବଜାରରେ ପ୍ରବେଶ କରିଛି। ଏହାର ମୂଲ୍ୟ ୫୪୯୯ ଟଙ୍କା ରଖାଯାଇଛି। ତେବେ ଗ୍ରାହକ ଏହି ସ୍ମାର୍ଟଫୋନ ଉପରେ ୨୨୦୦ ଟଙ୍କାର କ୍ୟାଶବ୍ୟାକ୍‍ର ଲାଭ ଉଠାଇ ପାରିବେ। ତେଣୁ ଏହି ଫୋନ ଗ୍ରାହକ ମାତ୍ର ୩୨୯୯ ଟଙ୍କାରେ କ୍ରୟ କରିବେ। ତେବେ ଏହି ଅଫର କେବଳ ଦୁଇଦିନ ପାଇଁ। ଅଫରର ଶେଷ ତାରିଖ ୩୧ ମାର୍ଚ୍ଚ। ସେହିପରି କ୍ୟାଶବ୍ୟାକ୍‍ ସହ ନୋକିଆ-୧ କ୍ରୟ ଉପରେ ଜିଓ ତରଫରୁ ୬୦ ଜିବି ଡାଟା ପ୍ରଦାନ କରୁଛି। ୬ଟି ରିଚାର୍ଜ ଉପରେ ଗ୍ରାହକଙ୍କୁ ୧୦ ଜିବି ଅତିରିକ୍ତ ଡାଟା ମିଳୁଛି। ଏହି ମାଗଣା ଡାଟା ଆସନ୍ତା ୩୦ ଜୁନ୍‍ ପର୍ଯ୍ୟନ୍ତ ବୈଧ ଅଟେ।

Leave A Reply