www.samajalive.in
Monday, December 15, 2025
15.1 C
Bhubaneswar

ମା’ କ୍ଷୀର ଶିଶୁ ପାଇଁ ସର୍ବଶ୍ରେଷ୍ଠ ମହୌଷଧି

ଆଠଗଡ଼: ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଶନିବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ମାଆ କ୍ଷୀର ଶିଶୁମାନଙ୍କ ପାଇଁ ଅମୃତ ସମାନ ଏବଂ ଏହା ସେମାନଙ୍କ ପାଇଁ ସର୍ବଶ୍ରେଷ୍ଠ ମହୌଷଧି ବୋଲି ମତବ୍ୟକ୍ତ କରି ପ୍ରତ୍ୟେକ ମାଆ ସଦ୍ୟଜାତ ଶିଶୁକୁ ତୁରନ୍ତ ଏବଂ ଛଅମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଜରୁରୀ ବୋଲି ପ୍ରକାଶ କରିଥିଲେ। ମାଆ କ୍ଷୀରରେ ଯଥେଷ୍ଟ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଭରି ରହିଛି, ଯାହା ଶିଶୁକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହିତ ତାର ଶାରୀରିକ ଓ ମାନସିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ ବୋଲି ଡାକ୍ତର ମିଶ୍ର କହିଥିଲେ। ଏଥିରେ ସମ୍ମାନିତ ବକ୍ତା ଭାବେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପାଣି ଯୋଗଦେଇ ମାଆ କ୍ଷୀରରେ ଯେଉଁ ଉପାଦାନ ସବୁ ରହିଛି ତାହା କୌଣସି ଡବା କ୍ଷୀର ବା ଅନ୍ୟ ଉତ୍ସରୁ ଆସୁଥିବା କ୍ଷୀରରେ ନଥାଏ। ମାଆ କ୍ଷୀର ଶିଶୁର ହଜମ ପ୍ରକ୍ରିୟାକୁ ସହଜ କରିଥାଏ। ମହିଳାମାନେ ନିଜେ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ସହ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ ଓ ସଚେତନ କରିବା ଆବଶ୍ୟକ ବୋଲି ଡାକ୍ତର ପାଣି ମତପ୍ରକାଶ କରିଥିଲେ। ପୁଷ୍ଟି ପୁନର୍ବାସ କେନ୍ଦ୍ରର ପୁଷ୍ଟି ପରାମର୍ଶଦାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବେ ସିଡିପିଓ ନିବେଦିତା ରାୟ ଓ ଡାକ୍ତରଖାନା ପରିଚାଳକ ପୂଜାଲିନ ମିଶ୍ର ଯୋଗଦେଇ ମାଆମାନେ କିପରି ଜନ୍ମିତ ଶିଶୁଙ୍କୁ ଅତିକମ୍‌‌ରେ ଛଅମାସ ଯାଏଁ ଖାଇବାକୁ ଦେବେ ସେ ଦିଗରେ ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ସେମାନଙ୍କୁ ନିୟମିତ ସଚେତନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁଷ୍ଟି ପୁନର୍ବାସ କେନ୍ଦ୍ର ଓ ସ୍ୱତନ୍ତ୍ର ନବଜାତ ଶିଶୁ ଯନ୍ତ୍ର କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା, ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଯୋଗଦାନ କରିଥିଲେ। ସ୍ୱତନ୍ତ୍ର ନବଜାତ ଶିଶୁଯନ୍ତ୍ର କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ସୁଜାତା ମାଝି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories